Friday, November 6, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ

କୁକୁଡାଖଣ୍ଡିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ

792
ADVERTISEMENT

ବ୍ରହ୍ମପୁର,୭/୩,(ଇ.ରଞ୍ଜନ) : ଉତ୍କଳ ଜନନୀର ସୁଯୋଗ୍ୟ ପୁତ୍ର,ଓଡ଼ିଶା ନିର୍ମାଣର ସୂତ୍ରଧର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଶୁକ୍ରବାର ସାରା ଓଡ଼ିଶାର କୋଣ ଅନୁକୋଣରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତ ସ୍ଥିତ ବିଜୁ ପଞ୍ଚାୟତ ପାଠାଗାର ପରିସରରେ ଶୁକ୍ରବାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଦେବଦୂତ ନବୀନ ଗବେଷଣା କେନ୍ଦ୍ର ଓଡିଶାର ପ୍ରତିଷ୍ଠାତା ଦନାର୍ଦ୍ଦନ ସ୍ୱାଇଁଙ୍କ ପୃଷ୍ଠପୋଷକତାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ପ୍ରାଧ୍ୟାପକ ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ,ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ,ମହନ୍ତ ହରିହର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅବସରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଭୂମିକା, ବାସ୍ତବ ଚିନ୍ତାଧାରା ଓ ଆଭିମୁଖ୍ୟ କିଭଳି ଉଜ୍ଜୀବିତ ହୋଇଥିଲା ସେ ସମ୍ପର୍କରେ ଅତିଥିମାନେ ସ୍ମୃତି ଚାରଣ କରିଥିଲେ।ସେହି ମହାନ ଜନ ନାୟକଙ୍କ ସମୟରେ ଓଡ଼ିଶାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଗଠନ ସହ ବିକାଶରେ ଅନ୍ତର୍ନିହିତ ଚିନ୍ତାଧାରା,କାର୍ଯ୍ୟ ଦକ୍ଷତା,ପ୍ରଗତି, ଶିଳ୍ପ କ୍ଷେତ୍ରରେ କିଭଳି ପ୍ରତିଫଳିତ ହୋଇଥିଲା ସେ ସମ୍ପର୍କରେ ଅତିଥିମାନେ ନିଜ ନିଜ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ଚିନ୍ମୟ ରଞ୍ଜନ ମିଶ୍ର,ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ଆଇନଜୀବୀ ସୁରେନ୍ଦ୍ର ପାଣିଗ୍ରାହୀ,କିରଣ ନାହାକ,ଉମା ଶଙ୍କର ପ୍ରଧାନ,ରତ୍ନାକର ସିଅ,ରାଜେନ୍ଦ୍ର କୁମାର ପଣ୍ଡା,ସୀମାଞ୍ଚଳ ପଣ୍ଡା,ପିଣ୍ଟୁ ସେଠୀ,ଚନ୍ଦନ ପ୍ରଧାନ ଓ ଟିଲୁ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Advertisement