Friday, November 6, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ

546
ADVERTISEMENT

ବ୍ରହ୍ମପୁର,୭/୩,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର -ବ୍ରହ୍ମପୁର ମୁଖ୍ୟ ରାସ୍ତାର କେଶପୁର ଛକ ନିକଟ ରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।ମୃତ ମହିଳା ଜଣଙ୍କ ପୁରୁଷୋତ୍ତମପୁର ବ୍ଲକର କେ ଏନ ପଞ୍ଚାୟତର ଖାଜିପଲ୍ଲି ଶାସନ ଅଭିମନ୍ୟୁ ସାହୁଙ୍କ ପତ୍ନୀ ସଙ୍ଗିତା ସାହୁ(୨୭)।ସେ ଗରିବ ହୋଇଥିବାରୁ ତାରାତାରିଣୀ ଛକ ବିୟୁଟି ପାର୍ଲରେ କାମ କରି ପରିବାର ପ୍ରତିପୋଷଣ କରୂଥିଲେ । ସେ କାମ ସାରି ଘରୁକୁ ଫେରୁଥିବା ବେଳେ ବ୍ରହ୍ମପୁରରୁ ପୁରୁଷୋତ୍ତମପୁର ଅଭିମୁଖେ ଆସୁଥିବା ଏକ ତସୁ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା ,ସେ ପଛପଟ ଚକାତଳେ ମହିଳା ପଡିଯାଇଥିଲେ । ଖବର ପାଇ ଦମକଳବାହିନି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଜଇନ କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ପଠାଇ ଦେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଶବ ବ୍ୟବଛ୍ଛେଦ ପରେ ପରିବାରଙ୍କୁ ହସ୍ତଗତ କରାଯିବ ବୋଲି ସୂଚନା ମିଳିଛି । ତାଙ୍କର ଛୋଟ ଦୁଇଟି ଝିଅ ଓ ଗୋଟିଏ ପୁଅ ,ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ପ୍ରଦାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Advertisement