Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁରରେ ବିଜୁ ଜୟନ୍ତୀ ପାଳିତ

ପୁରୁଷୋତ୍ତମପୁରରେ ବିଜୁ ଜୟନ୍ତୀ ପାଳିତ

460
ADVERTISEMENT

ବ୍ରହ୍ମପୁର,୬/୩,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ପ୍ରତାପୁର ସ୍ଥିତ ବାତ୍ୟାଆଶ୍ରୟ ସ୍ଥଳରେ ଶୁକ୍ରବାର ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି ଜିଲ୍ଲା ଉପସଭାପତି ଗୌରିଶଙ୍କର ରାଉଳ ଙ୍କ ସଞ୍ଜୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୈତାରି ବେହେରା ଯୋଗଦେଇ ଥିବା ବେଳେ ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର ସଭାପତିତ୍ବ କରିଥିଲେ।
ସଶକ୍ତ ଓଡିଶା ଓ ମହିଳା ସଶକ୍ତିକରଣ ହୋଇପାରିଲେ ବିଜୁବାବୁଙ୍କ ସ୍ବପ୍ନ ସାକାର ହୋଇପାରିବ ବୋଲି ଉପସ୍ଥିତ ଅତିଥିବୃନ୍ଦ ନିଜର ମତବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଜିଲ୍ଲାପରିଷଦ ସଭ୍ୟ,ସରପଞ୍ଚ, ସମିତସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ପଞ୍ଚାୟତରାଜ ଦିବସ ବା ଲୋକସେବା ଦିବସ ପାଳିତ ହୋଇଯାଇଛି ।

Advertisement