Friday, November 6, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳିତ

କୁକୁଡାଖଣ୍ଡି ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳିତ

635
ADVERTISEMENT

କୁକୁଡ଼ାଖଣ୍ଡି,୫/୩,(ଇ.ରଞ୍ଜନ) : ନୂତନ ଓଡ଼ିଶାର ଅନନ୍ୟ କର୍ଣ୍ଣଧାର ବିଚକ୍ଷଣ ବିନ୍ଧାଣି ଆଧୁନିକ ସମୃଦ୍ଧ ଓଡ଼ିଶାର ବିଶ୍ୱକର୍ମା ଝଡର ଇଗଲ ସ୍ବର୍ଗତ ବିଜୁବାବୁଙ୍କର ଜନ୍ମ ଜୟନ୍ତୀ ପର୍ବ ତଥା ପଞ୍ଚାୟତିରାଜ ଦିବସ କୁକୁଡ଼ାଖଣ୍ଡି ବ୍ଲକ ମହାସମରୋହର ସହକାରେ ଅନୁଷ୍ଠିତ ହାଇଯାଇଅଛି । ପ୍ରଥମେ କୁକୁଡ଼ାଖଣ୍ଡି ବିଜୁ ଜନତା ଦଳର ବ୍ଲକ ସଭାପତି ସନ୍ତୋଷ କୁମାର ଚୌଧୁରୀଙ୍କର ପୌରହିତତ୍ୱରେ ବ୍ଲକ ଅଧ୍ୟକ୍ଷ କମାକ୍ଷା ପ୍ରସାଦ ପାତ୍ରମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବ୍ଲକ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଡିଏ ଅଧ୍ୟକ୍ଷ କୈଳାଶ ରଣା,ହିମାଂଶୁ ପାଢ଼ୀ, ଜିଲାପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ଦିଲୀପ ପାତ୍ର,ଯତୀନ୍ଦ୍ର ପାତ୍ର, ରବୀନ୍ଦ୍ର ମହାରଣା, ସାରଥୀ ଗୌଡ଼,ହାଡୁ ବେହେରା, ସୀତାରାମ ସାହୁ, ନରସିଂହ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦ୍ଵିତୀୟ ଅଧିବେଶନରେ ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ରଙ୍କର ଅଧ୍ୟକ୍ଷତାରେ ଚଳିତ ବର୍ଷ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଅନୁସାରେ ଯେଉଁ ସବୁ କାମ ବ୍ଲକ ପ୍ରଶାସନ ଦ୍ୱାରା କରାଯାଇଅଛି ତାର ଏକ ଭିଡି଼ଓ ମାଧ୍ୟମରେ ଗୋଷ୍ଟି ଉନ୍ନୟନ ଅଧିକାରୀ ନିଜେ ତାର ଶବ୍ଦ ସଂଯୋଜନା କରିକି ନିଜର ସ୍ୱରରେ ସଜ୍ଜିତ କରି ପ୍ରାମାଣିକ ଚିତ୍ରଟି ପ୍ରଦର୍ଶିତ ହୋଇଥିଲା। ପରେ ସଭାରେ ଅନୁଷ୍ଠିତ ଜନ ପ୍ରତିନିଧି ବିଜୁ ପ୍ରେମୀ ନିଜର ଅଭିବ୍ୟକ୍ତି ପରିପ୍ରକାଶ ପରେ ମୁଖ୍ୟ ବକ୍ତା ଉପେନ୍ଦ୍ରନାଥ କର ବିଜୁବାବୁଙ୍କ ସଙ୍ଗର୍ଷ ଏବେ ଜୀବନିକ ଉପରେ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ପାତ୍ର ବିଜୁ ବାବୁଙ୍କୁ ଆଦର୍ଶ କରି ଆଗାମୀ ଯୁବ ପିଢ଼ି ନିସ୍ୱାର୍ଥ ଜନ ସେବାରେ ଯୋଗ ଦେବା ପାଇଁ ଆହ୍ୱାନ କରିଥିଲେ । ଆକୁଂଶପୁର ସଦରଥାନା ନିକଟରେ ବିଜୁବାବୁଙ୍କ ପ୍ରତିମୂତ୍ତୀ ସ୍ଥାପନ କରିବାକୁ ଏକ ପ୍ରସ୍ତାବ ପାରିତ କରିବାକୁ ବ୍ଲକ ଅଧକ୍ଷ ,ବିଡିଓଙ୍କୁ ମସିହାଖାଲି ସମିତିସଭ୍ୟ ଅନୁରୋଧ କରିଥିଲେ । କାଯ୍ୟକ୍ରମରେ ପିଓ ଅଶୋକ ପଟ୍ଟନାୟକକଂ ସହ ସମସ୍ତ ବ୍ଲକ କମଚାରୀ ଉପସ୍ଥିତ ଥିଲେ ।

Advertisement