ପାରଳାଖେମୁଣ୍ଡି,୫/୩,(ପ୍ରଭାତ କୁମାର ପାତ୍ର) : ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ, ଦଳ ପକ୍ଷରୁ ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଫଳ ପ୍ରଦାନ କରାଯାଇଥିଲା । ଏଥିସହ ନବଜୀବନ ଅନାଥାଶ୍ରମର ଅନ୍ତେବାସୀଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଛି । ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଶତାଧିକ ଦଳୀୟ କର୍ମୀ ବାହାରି, ଗୁରାଣ୍ଡିରେ ଆୟୋଜିତ ସ୍ମୃତି ସଭାରେ ଯୋଗ ଦେଇଥିଲେ । ସେଠାରେ ବହୁ କର୍ମୀ ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ଓଡିଶା ପ୍ରତି ତାଙ୍କର ଭଲ ପାଇବା ହିଁ ଓଡ଼ିଶାକୁ ଆଗକୁ ନେଇଛି । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୂପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କର ସବୁ ଆଶା ଆକାଂକ୍ଷା ପୂରଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବିଜୁବାବୁ ଓଡ଼ିଶା ମାଟିର ଗର୍ବ ଏବଂ ଗୌରବ। ତାଙ୍କର ଦକ୍ଷ, ସାହସିକ ଓ ଜାତି ପ୍ରତି ଉତ୍ସର୍ଗୀକୃତ ବୋଲି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମତ ପୋଷଣ କରିଛନ୍ତିି। ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ସମେତ ବହୁ ବିଜେଡ଼ିର ତୁଙ୍ଗ ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।


















