Thursday, September 24, 2026
ADVERTISEMENT
Home ଭଦ୍ରକ ଭଦ୍ରକର ଆରଡ଼ିରେ ଶିବରାତ୍ରୀ ପାଇଁ ୧୦ ତାରିଖରୁ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା...

ଭଦ୍ରକର ଆରଡ଼ିରେ ଶିବରାତ୍ରୀ ପାଇଁ ୧୦ ତାରିଖରୁ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଲାଗୁ ହେବ ୧୪୪ ଧାରା

332
ADVERTISEMENT

ଭଦ୍ରକ,୫/୩,(ଡ଼ି.ଏଚ/ବ୍ୟୁରୋ): ବିନା ଭକ୍ତରେ ଆରଡ଼ିରେ ଉଠିବ ମହାଦୀପ, ବାବା ଆଖଣ୍ଡଳମଣିଙ୍କ ହେବ ଜାଗର ଯାତ୍ରା। ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡ଼ିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡ଼େ। ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡ଼ିବ । ବିନା ଭକ୍ତରେ କେବଳ ଶିବରାତ୍ରୀର ନୀତିକାନ୍ତି କରାଯିବ। ଭୋର ସାଢ଼େ ୪ଟା ବେଳେ ମହାଦୀପ ଉଠିବ। ଜାଗରର ଗୋଟିଏ ଦିନ ଆଗରୁ ଆରଡ଼ିରେ ୧୪୪ ଧାରା ଜାରି କରାଯିବ। ବାବା ଆଖଣ୍ଡଳମଣିଙ୍କ ପୀଠରେ ୧୦ ତାରିଖ ସକାଳ ୭ଟାରୁ ୧୨ ତାରଖି ସକାଳ ୭ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ। କରୋନା କଟକଣା ଭିତରେ ଜାଗର ଯାତ୍ରା ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Advertisement