ଆଇ.ଟି ମନ୍ଥନର କାର୍ଯ୍ୟକ୍ରମ ଅଗଷ୍ଟ ୧0,ଓ ୧୧ ତାରିଖରେ ଆଇ.ଟି.ଏ.ଓ ଦ୍ୱାରା ଆୟୋଜିତ ହେଉଛି

187
ADVERTISEMENT

ଭୁବନେଶ୍ୱର ,୬/୮ଏଜେନସି : ଆଇ ଟି.ଏ.ଓ . ଦ୍ୱାରା ଆୟୋଜିତ ୨୦୧୮ରେ ଅପୂର୍ବ ସଫଳତା ପରେ ପୁଣି ଥରେ ଏହା ସ୍ୱସ୍ତି ଚିଲିକା ରିସୋର୍ଟ ରେ ଅଗଷ୍ଟ ୧0,ଓ ୧୧ ତାରିଖରେ କରିବାକୁ ଯାଉଛି । ଆଇଟି ମନ୍ଥନ ୨୦୧୯ରେ ଏହା ଆୟୋଜନ କରିବାର ଲକ୍ଷ ହେଉଛି ଓଡ଼ିଶାର ସମସ୍ତ ଡୀଲର ମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ତାଙ୍କର ସୁବିଧା ଓ ଅସୁବିଧାକୁ ଜାଣିବା ଓ କମ୍ପାନୀ ମାନଙ୍କ ସହ ତାଙ୍କର ପରିଚୟ ଓ ବ୍ୟବସାୟିକ କାର୍ଯ୍ୟରେ ସହଯୋଗ କରିବା ।ଏହା ଦ୍ଵାରା କମ୍ପାନୀର ଦ୍ରବ୍ୟ ଓ ସେବା ସମ୍ପର୍କରେ ଅବଗତ ହୋଇ ଡିଲର ମାନେ ସେମାନଙ୍କର ବ୍ୟବସାୟ ଅଭିବୃଦ୍ଧି କୁ ଉର୍ଦ୍ଧ୍ୱଗାମୀ କରିବା ଓ ନୂତନ ଦ୍ରବ୍ୟର ବଜାରରେ ପ୍ରବେଶ ବିଷୟରେ ଜ୍ଞାନ ଆହରଣ କରିବା ।ପୂର୍ବବର୍ଷ ଭଳି ଏହି ବର୍ଷ ମଧ୍ୟ ୧0ଗୋଟି କମ୍ପାନୀ ଆମକୁ ସହଯୋଗ କରୁଛନ୍ତି ମୁଖ୍ୟ ଅଭିନନ୍ଦନୀୟ ସହଯୋଗ ମଧ୍ୟରେ ‘ଏଚପି ପ୍ରିଣ୍ଟର’ ଅନ୍ୟ କମ୍ପାନୀ ହେଲେ ‘ଲେନଭ ଲାପଟୋପ’ ଉପସହାୟକ ଏବଂ ଅନ୍ୟ ମାନେ ହେଲେ ୱିନଟେକ୍ସ,ଏଚପି ଲାପଟପ ,ଅସୁସ, ଏପିସନ, ସଭେକ୍ସ ,ଡେଲ, କୁଇକହିଲ,ଆମକୁ ସହାୟତା କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ବ ଓ ଶେଷରେ ମନରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଛି ।

Advertisement