Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜଉଗଡ ମହୋତ୍ସବ ଉଦ୍ ଯାପିତ

ଜଉଗଡ ମହୋତ୍ସବ ଉଦ୍ ଯାପିତ

501
ADVERTISEMENT

ବ୍ରହ୍ମପୁର,୪/୩,(ସୁଦାମ ମହାରଣା) : ଗଞାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମସ୍ଥିତ ପର୍ଯ୍ୟଟନ ସ୍ଥଳୀ ଜଉଗଡ ମହୋତ୍ସବ ବୁଧବାର ସନ୍ଧ୍ୟା ଥିଲା ଅନ୍ତିମ ଦିବସ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସନ୍ଧ୍ୟା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ ନିଜର ଅଭିଭାଷଣରେ ରାଜ୍ୟ ସରକାରଙ୍କ ୫ଟି ର ଟିମ୍ ୱ।ର୍କ କାର୍ଯ୍ୟ ଯୋଗୁଁ ଏହି ମହୋତ୍ସବ ସଫଳ ହୋଇପାରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଗଞାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଓ ଏଭଳି ମହୋତ୍ସବ ଯୋଗୁଁ ଜ ଉଗଡ ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଗଞାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ’ସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ,ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦାର,ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଅମିୟକୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଓ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ପ୍ରମୁଖ ମଞ୍ଚାସିନ ରହିଥିଲେ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମଞ୍ଚାସିନ ରହୀ ନିମନ୍ତ୍ରିତ ଅତିଥି ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଜଉଗଡ ଉନ୍ନୟନ କମିଟି ର କିଛି ସରପଞ୍ଚ ଓ ସମିତସଭ୍ୟ ନିମନ୍ତ୍ରିତ ଅତିଥି କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇତିହାସରେ ଜଉଗଡ କିମ୍ବଦନ୍ତୀ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ମୁଖ ଅତିଥି ଭାବେ ରାଜ୍ୟ ପ୍ରତ୍ନତତ୍ତ୍ବ ପ୍ରତିଷ୍ଠାନ ର ମୁଖ୍ୟନିର୍ବାହୀ ସୁନିଲ କୁମାର ପଟ୍ଟନାୟକ,ମୁଖ୍ୟବକ୍ତା ପ୍ରାକ୍ତନ ସ’ସ୍କୃତି ବିଭାଗର ଉପସଚିବ କୃଷ୍ଣ ଚନ୍ଦ୍ର ନିଶାଙ୍ଗ ଇତିହାସରେ ଜଉଗଡ କିମ୍ବଦନ୍ତୀ ଉପରେ ଆଲୋକପାତ କରିଥିଲେ । ବେଦପାଠ ଓ ଶଙ୍ଖ ଧ୍ବନି ରେ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା ।
ରାଜ୍ୟ ସ’ସ୍କୁତି ବିଭାଗ ପକ୍ଷରୁ ଓଡିଶୀ, ସମ୍ବଲପୁରୀ,ଛଉନୃତ୍ଯ ଆଦି ଦର୍ଶକ ଙ୍କୁ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେଏଲିନା ଓ ସ୍ବାରାଜ୍ଯ ।ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ କମୋଡି ଦର୍ଶକଙ୍କୁ ହସାଇ ବେଦମ୍ କରିଥିଲା । ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ବିଡିଓ ମଧୁସୂଦନ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ର ସହସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁ, ପାଣ୍ଡିଆ ସରପଞ୍ଚ ଗୋପାଳ ସେଠି, ଅନିଲ କୁମାର ଦାଶ,ସଞ୍ଜିବ କୁମାର ଜେନା,ରାଜେନ୍ଦ୍ର ଶତପଥି ,ପାଣ୍ଡିଆ ଗ୍ରାମର ଶତାଧିକ ସ୍ବେଚ୍ଛାସେବୀ,ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ ।

Advertisement