ବ୍ରହ୍ମପୁର,୪/୩,(ସୁଦାମ ମହାରଣା) : ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମୋ ୱାର୍ଡ କାର୍ଯ୍ୟକ୍ରମ ଶୁଭାରମ୍ବ ହୋଇଯାଇଛି । ଚାଙ୍ଗୁଡିଆପଦର ସାହି ଅଞ୍ଚଳ ୱାର୍ଡ ନଂ ୫,୬ ର ନୋଡାଲ ଅଫିସର ତଥା କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ପେଙ୍ଗୁଆଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୋମ୍ୟ ରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବେ’୫ ନଂ ୱାର୍ଡର ପୂର୍ବତନ କାଉନସିଲ ଅଶୋକ କୁମାର ମହାଙ୍କୁଡ, ଯୋଗଦେଇ ୱାର୍ଡ଼ ବାସୀଙ୍କ ବାର୍ଦ୍ଧକ୍ୟ ଭତା ହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କକୁ ପଠାଯାଉଥିବାରୁ ଅନେକ ପେନସନ ଧାରୀ ବ୍ୟାଙ୍କକୁ ଯିବାକୁ ଅକ୍ଷମ ଥିବାରୁ ୱାର୍ଡ ବାସୀଙ୍କ ତରଫରୁ ହିତାଧିକାରୀଙ୍କ ପାଇଁ ପୂର୍ବରୁ ଯେଉଁ ପ୍ରକାରେ ବାର୍ଦ୍ଧକ୍ୟ ଭତା ଟଙ୍କା ପ୍ରଦାନ କରାଯାଉଥିଲା ସେମିତି ସୁବିଧା ଯୋଗାଇବା ପାଇଁ ମୋ ୱାର୍ଡ ବୈଠକରେ ଦୁଷ୍ଟି ଆକର୍ଷଣ କରାଯାଇଥିଲା l ଏହା ସହ ସୁବିଧା ଅସୁବିଧା ସହ ଓ ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟ ଉପରେ ଯଥା ପରିମଳ, ପାନୀୟ ଜଳ,ବୃକ୍ଷରୋପଣ, ଭିତ୍ତିଭୂମି ଉପରେ ଆଲୋଚନା କରି ସହରକୁ ସୁନ୍ଦର କରିବା ପାଇଁ ତଳ ସ୍ତରରୁ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା । ବସ୍ତିଅଞ୍ଚଳ ମହିଳା ମାନେ ଓ ସ୍ୱୟଂସହାୟକ ଗୋଷ୍ଟିର ସଦସ୍ୟ ମାନେ ଯୋଗ ଦେଇ ଉନ୍ନତି ମୂଳକ ପ୍ରସ୍ତାବ ଦେଇଥିଲେ ।ଏଥିରେ ଅନ୍ୟତମ ଗୋଷ୍ଠୀ ସଂଞ୍ଚାଳିକଙ୍କ ସହକାରୀ ସଂଯୋଜକ ସ୍ମୃତିରଞ୍ଜନ ଷଡଙ୍ଗୀ, ଆକାଉଣ୍ଟଟିଙ୍ଗ ଅସିତ କୁମାର ଷଡ଼ଙ୍ଗୀ,ବିକ୍ରମ କୁମାର ବେହେରା.ବରୁଣ କୁମାର ବେହେରା.ସଂଗ୍ରାମ କେଶରୀ ନାୟକ,ପରିମଳ ବିଭାଗର ସୁପରଭାଇଜର ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୋ ୱାର୍ଡ଼ କାର୍ଯ୍ୟକ୍ରମ କୁପରିଚାଳନା ସହଯୋଗ କରିଥିଲେ l ୱାର୍ଡର ସାହି ବାସିନ୍ଦା ବହୁ ମାତ୍ରାରେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ୱାର୍ଡର ସମସ୍ୟାକୁ ଅଫିସରଙ୍କ ପାଖରେ ଉପସ୍ଥାପନ କରିବା ସହିତ ଏମ,ସି,ସି ଓ ସେଣ୍ଟରରୁ ବାହାରୁଥିବା ଖତକୁ ଚାଷ ଜମିରେ ବ୍ୟବହାର କରିବା ଚାଷୀ ମାନେ ଖତ କିଣିଥିଲେ l


















