କୋଦଳା,୦୩/୦୩( ସୂର୍ଯ୍ୟନାରାୟଣ ବଡୁ) : ପର୍ଯ୍ୟଟନ ସ୍ଥଳ ମା ସିଂହାସନି ଙ୍କ ନିକଟକୁ ଯିବା ନିମନ୍ତେ ଜାତ୍ରୀ ମାନଙ୍କ ସରଳିକରଣ ଓ 22ଖଣ୍ଡ ଆଦିବାସୀ ଗ୍ରାମକୁ ସଂଯୋଗ କରୁଥିବା କୋଦଳା ଛୁଞ୍ଚିପଡା 10.125 କିଲୋମିଟର ରାସ୍ତାର ଉନ୍ନତିକରଣ ସକାଶେ ପୂର୍ତ୍ତବିଭାଗ ଓଡିଶା ସରକାର ରାଜ୍ୟ ଯୋଜନା ଅନୁଦାନରୁ ସାତକୋଟି ଦୁଇଲକ୍ଷ୍ୟ (702.00ଲକ୍ଷ୍ୟ )ବ୍ୟୟ ବରାଦରେ ନିର୍ମିତ ହେବାକୁ ଥିବା ରାସ୍ତାକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଶୋଇ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏକ ବର୍ଣ୍ଣାଢ୍ୟ ପରିବେଶ ରେ ଶତାଧିକ ମହିଳା /ପୁରୁଷଙ୍କ ଉପସ୍ଥିତିରେ ପୂର୍ତ୍ତବିଭାଗ ଏସଡ଼ିଓ ଲୋକେଶ୍ୱର ପାତ୍ର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, କନିଷ୍ଠ କିରାଣୀ ପ୍ରଭାକର ପୋଲାଈଙ୍କ ତତ୍ୱାବଧାନରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ରାସ୍ତାର ପ୍ରଶସ୍ତିକରଣ ହେବାଦ୍ୱାରା 22ଖଣ୍ଡ ଆଦିବାସୀ ଗ୍ରାମର ଜନସାଧାରଣ ଉପକୃତ ହେବାସହିତ ପ୍ରସିଦ୍ଧ ମା ସିଂହାସନି ଦର୍ଶନ ନିମନ୍ତେ ଯାତ୍ରୀମାନଙ୍କ ରାସ୍ତା ସୁଗମ ହୋଇପାରିବ ବୋଲି ବିଧାୟିକା ପ୍ରକାସ କରିଥିଲେ । ଉତ୍ତମ ମାନର କାର୍ଯ୍ୟ ସହିତ ନିର୍ଦ୍ଦିଷ୍ଟ ସମୟସିମା ମଧ୍ୟ ରେ କାର୍ଯ୍ୟ ଶେଷ କରିବା ପାଇଁ ବଜରଙ୍ଗୀ କନଷ୍ତ୍ରାକ୍ସନ ଠିକାଦାର ଧରଣୀଧର ପଣ୍ଡାଙ୍କୁ କହିଥିବା ଜଣାପଡ଼ିଛି । ଏହି ରାସ୍ତାର ପ୍ରଶସକ୍ତିକରଣ ହେବା ଫଳରେ ଆଦିବାସୀ ଅଞ୍ଚଳ ଅଧିବାସୀ ଉପକୃତ ହୋଇପାରିବେ ବୋଲି ସାଂସଦ ପ୍ରମିଳା ବିଶୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।


















