Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର କୋରାପୁଟରେ ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ

କୋରାପୁଟରେ ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ

203
ADVERTISEMENT

କୋରାପୁଟ,୦୨/୦୩(ଡ଼ି.ଏଚ/ବ୍ୟୁରୋ): ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ। ସୁଙ୍କି ଆଉଟପୋଷ୍ଟ ନିକଟରୁ ଏତେ ପରିମାଣର ନକଲି ନୋଟ୍ ପଟାଙ୍ଗୀ ପୋଲିସ ଜବତ କରିଛି। କାର୍‌ରେ ଛତିଶଗଡ଼ ଯାଉଥିବା ବେଳେ ଜାଲ୍ ନୋଟ୍ ସହ ୩ ଅଟକ ଅଛନ୍ତି। ଜାଲ୍ ନୋଟ୍ ଜବତ ନେଇ ସୁନାବେଡ଼ା SDPO ସୂଚନା ଦେଇଛନ୍ତି। ଆଜି କୋରାପୁଟ ଏସ୍‌ପି ଏନେଇ ସବିଶେଷ ତଥ୍ୟ ଦେବେ। ଏକ ନିଦ୍ଦିଷ୍ଟ ସ୍ଥାନରେ ରଖି ତାଙ୍କୁ ଜେରା କରାଯାଉଛି। ସେମାନେ କେଉଁଠୁ ଆସୁଥିଲେ, କୁଆଡେ ଯାଉଥିଲେ ଓ କାହିଁକି ଆସିଥିଲେ, ଏନେଇ ପୋଲିସ୍ ତଦନ୍ତ କରିବ। ଏକ ସ୍ପେଶାଲ ଟିମ୍ ଏହି ଘଟଣାର ତଦନ୍ତ କରୁଛି। ସୁଙ୍କି ହେଉଛି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳ। ତେବେ ଭୋର୍‌ ସମୟରେ ପୋଲିସ୍ ଓ ସ୍ପେଶାଲ ସ୍ୱାଡ୍‌ର ମିଳିତ ଚଢାଉରେ ସେମାନଙ୍କୁ ଧରିଥିଲେ। ଯେଉଁ ଥିରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଳି ନୋଟ୍‌ ଥିଲା।

Advertisement