ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ ଉତ୍ସବ

200
ADVERTISEMENT

ଭୁବନେଶ୍ୱର,୬/୮ଏଜେନସି : ଏଥର ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ । ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ପରେଡ଼ ହେବ । ରାଜ୍ୟସ୍ତରୀୟ ପରେଡ଼ରେ ଭାଗନେବେ ମୋଟ ୪ଟି ଟ୍ରୁପ୍ । ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ ମଧ୍ୟ ଚଳିତ ପରେଡରେ ଭାଗ ନେବେ। ଏଥି ସହିତ ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୋଲିସ ଭାଗନେବେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Advertisement