Thursday, September 24, 2026
ADVERTISEMENT
Home ରାଜ୍ୟ ରୋଗୀଙ୍କ ଅପରେସନ ପାଇଁ ଏସ୍‌ଡିଏମ୍‌ଓ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ

ରୋଗୀଙ୍କ ଅପରେସନ ପାଇଁ ଏସ୍‌ଡିଏମ୍‌ଓ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ

213
ADVERTISEMENT

ସମ୍ବଲପୁର,୦୧/୦୩(ଡ଼ି.ଏଚ/ବ୍ୟୁରୋ): ରୋଗୀଙ୍କ ଅପରେସନ୍‌ ପାଇଁ ଲାଞ୍ଚ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଅପରେସନ ପାଇଁ ଏସ୍‌ଡିଏମ୍‌ଓ ୫,୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଉପଖଣ୍ଡ ମେଡିକାଲ ଅଧିକାରୀ ହେଲେ ବିପିନ ବିହାରୀ ସାହୁ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଏଲ୍‌ଆଇସି କ‌ଲୋନି ନିବାସୀ ସୌମ୍ୟରଂଜନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ ତାଙ୍କର ଦାଦା (କାକା)ଙ୍କ ହାଇଡ୍ରୋସିଲ୍‌ ଅପରେସନ ପାଇଁ ଏସ୍‌ଡିଏମ୍‌ଓ ଶ୍ରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ସୌମ୍ୟରଂଜନ ପ୍ରଧାନ ଏବାବଦରେ ଭିଜିଲାନ୍ସ ଶାଖାକୁ ସୂଚନା ଦେଇଥିଲେ। ଏହା ପରେ ଏସ୍‌ଡିଏମ୍‌ଓ ଶ୍ରୀ ସାହୁଙ୍କୁ ପାନେ ଦେବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଜି ଏସ୍‌ଡିଏମ୍‌ଓ ଶ୍ରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

Advertisement