ଭୁବନେଶ୍ୱର,୨୮/୦୨(ଡ଼ି.ଏଚ/ବ୍ୟୁରୋ): ବହୁଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବା ପରେ ଏବେ ତାହା ପୁଣି ଧୀରେ ଧୀରେ ବୃଦ୍ଧି ହେଉଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରୁ ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧କୁ ବୃଦ୍ଧିପାଇଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ ସଙ୍ଗରୋଧରୁ ଏବଂ ୩୪ ଜଣ ସ୍ଥାନୀୟ ଅଂଚଳର ରହିଛନ୍ତି । ଚିହ୍ନଟଙ୍କ ମଧ୍ୟରେ ସମ୍ବଲପୁରରୁ ୯ ଜଣ ଥିବାବେଳେ ଖୋର୍ଦ୍ଧାରୁ ୮, ବାଲେଶ୍ୱର, କଟକ ଓ ଝାରସୁଗୁଡ଼ାରୁ ୭ ଜଣ ଲେଖାଏଁ, ଜୟପୁର, ସୁନ୍ଦରଗଡ଼ ଓ ପୁରୀରୁ ୬ ଜଣ ଲେଖାଏଁ, ମୟୁରଭଞ୍ଜରୁ ୫, ବରଗଡ଼, ଭଦ୍ରକ ଓ ଅନୁଗୁଳରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଦେଓଗଡ଼ରୁ ୩ ଏବଂ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଅଛନ୍ତି।


















