Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

181
ADVERTISEMENT

କୁକୁଡ଼ାଖଣ୍ଡି,୨୭।୦୨(ଇ.ରଞ୍ଜନ): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମରେ ମାଁ ବୁଢି ଠାକୁରାଣୀ ଯୁବକ ସଂଘ ତରଫରୁ ସହଦେବ ମେମୋରିଆଲ ଭୋଲି ବଲ ଟୁର୍ଣ୍ଣାମେଣ୍ଟ ଆଠଟି ଟିମ୍ କୁ ନେଇ ଗତ ୧୭ ଠାରୁ ଆରମ୍ଭ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଦିଗପହଣ୍ଡି ଓ ଟାଟାକୋଲନୀ ମଧ୍ୟରେ ମୁକାବିଲା ହୋଇ ଦିଗପହଣ୍ଡି ଟିମର ମନୋଜ ୩ ସେଟ୍ ବିଜୟ ହୋଇ ଚାମ୍ପିୟନ୍ ଟ୍ରଫି ହାତେଇ ନେଇଛି । ଟାଟାକୋଲନୀ ପରାସ୍ତ ଟିମ୍ କୁ ୧୦ ହଜାର ୧ଶହ ୫୧ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ରଞ୍ଜତା ବିଶାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଦିଗପହଣ୍ଡି ଟିମକୁ ୧୫ ହଜାର ୫ଶହ ୫୫ଟଙ୍କା ସହ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସୁଦର୍ଶନ ଦାସ, ବରିଷ୍ଠ ସମାଜ ସେବକ ସିମାଞ୍ଚଳ ପାତ୍ର , ଜଗନ୍ନାଥ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏଥିରେ ବେଷ୍ଟ ନେଟର ଭାବେ ମଙ୍ଗୁଳୁ ସେହିପରି ଦାରିଙ୍ଗବାଡ଼ି ବେଷ୍ଟ ହିଟର ଭାବେ ଟିଙ୍ଗିରି, ଦିଗପହଣ୍ଡି ବେଷ୍ଟ ହିଟର ଭାବେ କାଡାଙ୍କୁ ସମ୍ମାନିତ କରାଯାଇଥିଲା ଲାଠି ଗ୍ରାମରେ ମାଁ ବୁଢୀ ଠାକୁରାଣୀ ଯୁବକ ସଂଘ ତରଫରୁ ତପନ ପଣ୍ଡା ପ୍ରେସିଡେଣ୍ଟ ,କିଟୁ ଶୁୱାର, ଶିଶିର କୁମାର ଦାସ ବୁଲୁ ଦାସ, ଜିତେନ୍ଦ୍ର ଦାସ, ଜଗି ସେଠି, ମାଙ୍ଗୁଲୁ ଦାସ, ଜଗା ଭୂୟାଁ,ଉଗ୍ରସେନ ଗଜେନ୍ଦ୍ର, ହାଡୁ,ଆଙ୍କରିଙ୍ଗ ମହେଶ୍ୱର ରାହୁଲ, ରିଫର ଗୋବିନ୍ଦ ବିଷୟୀ, ବାସୁଦେବ ଗୌଡ଼, ଉପେନ୍ଦ୍ର ଵିଶାଲ, ତାରିଣୀ ସାହୁ, ପପୁ, କାଚି, ଧନୁ,ପ୍ରଶାନ୍ତ ଦାସ ,ଡାକ ଦାସ , ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Advertisement