Tuesday, September 29, 2026
ADVERTISEMENT
Home ଆଞ୍ଚଳିକ କୋଭିଡ ନିୟମ ପାଇଁ ଜିଲ୍ଲା ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ

କୋଭିଡ ନିୟମ ପାଇଁ ଜିଲ୍ଲା ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ

209
ADVERTISEMENT

ପାରଳାଖେମୁଣ୍ଡି,୨୬।୦୨( ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ ପରେ କୋଭିଡ ନିୟମକୁ କଡାକଡି କରିବା ସଚେତନତା ଆରମ୍ଭ କରାଯାଇଛି। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସମେତ ୭ ଗୋଟି ବ୍ଲକରେ ମଧ୍ୟ ଡାକବାଜି ମନ୍ତ୍ର ଯୋଗେ ପ୍ରତେକ ଗାଁ ଗହଳି ଓ ସାହି ସାହିର ବିଭିନ୍ନ ଗଳିକନ୍ଧ ବୋଲି ଲୋକଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନତା କରାଇଥିଲେ। ଦୋକାନୀମାନଙ୍କୁ ମଧ୍ୟ ସାମାଜିକ ଦୂରତା , ମାସ୍କ ଓ ସାନିଟାଇଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଚେତନତା ପକ୍ରିୟା ସରିବା ପରେ ବର୍ତମାନ ଭଳି କୋଭିଡ ନିୟମକୁ ମାନୁନଥିବାକୁ ବ୍ୟବସାୟଙ୍କୁ ୫ ଶହଟଙ୍କା ଜୋରିମାନା ଦେବାକୁ ପଡ଼ିବ ଓ କୋଭିଡ ଆଇନ ଧାରାରେ ମାମଲା ରୁଜୁ କରାଯିବ ବୋଲି ପାରଳାଖେମୁଣ୍ଡି ତହସିଲଦାର ବ୍ୟବସାୟ ସୂଚନା ଦେଇଥିଲେ। ଗତ କିଛି ଦିନ ହେବ ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଥମିବାରୁ ଲୋକେ ଢିଲା ହୋଇଯାଇଛନ୍ତି ଯାହା ଭବିଷ୍ୟତକୁ ବଡ ବିପଦକୁ ଡାକିବା ପାଇଁ ଜିଲ୍ଲା ପ୍ରଶାସନ ବର୍ତମାନ କୋଭିଡ ନିୟମକୁ କଡାକଡି କରିବାକୁ ଯାଉଛି।

Advertisement