କୁକୁଡ଼ାଖଣ୍ଡି ,୨୬।୦୨(ଇ.ରଞ୍ଜନ) : ବ୍ଲକର ସମସ୍ତ ଗ୍ରାମାଞ୍ଚଳର ଲୋକ ମାନଙ୍କ ଫାଇଲେରିଆ ଅବା ବାତ ଜ୍ୱର ହେବା ପୂର୍ବରୁ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଭାରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭାଗୃହ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଅଧ୍ୟକ୍ଷତାରେ ଶୁଭାରମ୍ଭ କରିଛନ୍ତି। ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ବ୍ଲକବ୍ୟାପୀ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସ୍ୱେଚ୍ଛାସେବୀମାନେ ଘର ଘର ବୁଲି ଡିଇସି ଏବଂ କୃମିନାଶକ ଆଲବୋଣ୍ଡାଜୋଲ୍ ବଟିକା ଖାଇବାକୁ ଦେବେ। ସରକାରଙ୍କ ପକ୍ଷରୁ ଏହି ବଟିକା ମାଗଣାରେ ଦିଆଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁକୁଡ଼ାଖଣ୍ଡି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶେଷକରି ଫାଇଲେରିଆ ଏବଂ ଅନ୍ୟ ରୋଗ ପାଇଁ ଲୋକମାନଙ୍କୁ ଘର ଘର ବୁଲି ଔଷଧ ଖାଇବାକୁ ଦିଆଯିବ। ଏଥିରେ ଅଞ୍ଚଳରେ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କହିଛନ୍ତି । ଗର୍ଭବତୀ ମହିଳା, ୨ ବର୍ଷରୁ କମ୍ ଶିଶୁ ଓ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଛି। ବ୍ଲକରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଔଷଧ ସେବନ କରିବାକୁ ଲକ୍ଷ୍ୟ ରଖାଯାଇଛି। କୁକୁଡ଼ାଖଣ୍ଡି ଅଞ୍ଚଳରେ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୬ ଯାଏଁ କୁକୁଡ଼ାଖଣ୍ଡି ଅଞ୍ଚଳରେ ଚାଲିବ। ବ୍ଲକବାସୀଙ୍କୁ ସହଯୋଗରେ ସୁନ୍ଦରଗଡ଼କୁ ଫାଇଲେରିଆମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି’’, କହିଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡାକ୍ତର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ସାହେବ ଶବର, ବରିଷ୍ଠ କିରାଣୀ ସୁଶାନ୍ତ କୁମାର ମିଶ୍ର , କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର, ସୁବାଷ ଗମାଙ୍ଗ, ଅହଲ୍ୟା ଭୋଇ, ଜିପିଓ କାନୂଚରଣ ବେହେରା, ଏଇ ସୁଜିତ କୁମାର ତହଲ, ଜେଇ କୈଳାଶ ପାତ୍ର, ଅଚ୍ୟୁତାନନ୍ଦ ପଟ୍ଟନାୟକ, ମନୋରଞ୍ଜନ ପାଣିଗ୍ରାହୀ, ଜଗନ୍ନାଥ ପ୍ରଧାନ, ପଦ୍ମିନୀ ବେହେରା, ଡି. କନ୍ୟା କୁମାରି,ଏସ କେ ବିଷୋୟୀ, ଆଇସିଡିଏସ ସୁପ୍ରଭାଇଜର ଗୀତରାଣୀ ରାଉଳ,ରିତାରାଣୀ ମଲ୍ଲିକ, ଭବାନୀ ବେହେରା, ଏନ.ରଞ୍ଜିତା, ସୀମାଞ୍ଚଳ ଗୌଡ଼, ଏନ. ଧରିତ୍ରୀ, ଅକ୍ଷୟ ଦାସ,ପ୍ରଫୁଲ୍ଲ ସେଠି, ନରସିଂହ ରାଓ ପଣ୍ଡା, ସନ୍ତୋଷ କୁମାର ପଟ୍ଟନାୟକ, ନବଘନ ମହାନ୍ତିଙ୍କ ସମେତ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଉପସ୍ଥିତିରେ ଔଷଧ ସେବନ କରିଥିଲେ।


















