Thursday, November 5, 2026
ADVERTISEMENT
Home ରାଜ୍ୟ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ୨୫ ଟଙ୍କା ମହଙ୍ଗା :ଦୁଇ ମାସ ମଧ୍ୟରେ ୨୦୦ ଟଙ୍କାର...

ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ୨୫ ଟଙ୍କା ମହଙ୍ଗା :ଦୁଇ ମାସ ମଧ୍ୟରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି

212
ADVERTISEMENT

ଭୁବନେଶ୍ୱର,୨୫।୦୨(ଡ଼ି.ଏଚ/ବ୍ୟୁରୋ): ପୁଣି ଥରେ ଓଡ଼ିଶାରେ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ମହଙ୍ଗା ହୋଇଛି। ଏଥିସହ ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା ପରେ ରାଜଧାନୀ ଭୁବନେଶ୍ୱରର ପରିବାରଗୁଡିକ ପାଇଁ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୯୫ ଟଙ୍କା ୫୦ ପଇସା ଥିଲା। ଚଳିତ ଫେବ୍ରୁଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ଏହାକୁ ମିଶାଇଲେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ଘଟିଛି। ପ୍ରଥମ ଥର ପାଇଁ ଫେବ୍ରୁଆରି ୪ରେ ଏଲପିଜି ଦରରେ ୨୫ଟଙ୍କା ବୃଦ୍ଧି ଘଟିଥିବା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜି ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟବୃଦ୍ଧି ଘଟିଛି।

Advertisement