Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଅଙ୍ଗନବାଡ଼ିଙ୍କ ୮ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ସମୁଖରେ ବିକ୍ଷୋଭ

ଅଙ୍ଗନବାଡ଼ିଙ୍କ ୮ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ସମୁଖରେ ବିକ୍ଷୋଭ

225
ADVERTISEMENT

ପାରଳାଖେମୁଣ୍ଡି,୨୩/୦୨/୨୧(ପ୍ରଭାତ କୁମାର ପାତ୍ର) : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ, ଅଖିଳ ଭାରତୀୟ ଅଙ୍ଗନବାଡ଼ି ମହାସଂଘର ଆହ୍ବାନ କ୍ରମେ ଜିଲ୍ଲାର ଅଙ୍ଗନବାଡ଼ି ଲେଡିଜ ଓ୍ବାର୍କର ଏସୋସିଏସନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଶହ ଶହ ଅଙ୍ଗନବାଡ଼ି କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।‌ ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ଅଙ୍ଗନବାଡ଼ି କର୍ମୀଙ୍କୁ ୧୮ହଜାର ଓ ସହାୟିକାଙ୍କୁ ୯ ହଜାର ଦରମା ଦେବା, ସହକାରୀ ଶିକ୍ଷକର ମାନ୍ୟତା ଦେବା, ଇପିଏଫ ଓ ପେନସନ ଲାଗୁ କରିବା, ଅବସର କାଳୀନ ସହାୟତା, ବୀମାଭୁକ୍ତ କରିବା ସହ କୋଭିଡ ସଙ୍କଟ ସମୟରେ ମୃତ୍ୟୁ ବରଣ କରିଥିବା କର୍ମୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ଆଦି ଦାବି ନେଇ ପ୍ରତିବାଦ କରାଯାଇଛି। ଏଥିରେ ଅଙ୍ଗନବାଡ଼ି ଲେଡିଜ ଓ୍ବାର୍କର ଏସୋସିଏସନର ସଭାନେତ୍ରୀ ଜ୍ୟୋତ୍ସା ରାଣୀ ମହାପାତ୍ର, ସମ୍ପାଦିକା ପୁଷ୍ପାଞ୍ଜଳି ପଣ୍ଡା, କୋଷାଧ୍ୟକ୍ଷ ଅଞ୍ଜଳି ନାୟକ, ସଞ୍ଜୁକ୍ତା ପଲେଇ, ଓ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ସୁଜିତ ପ୍ରଧାନ, ସଭାପତି ପଦ୍ମଚରଣ ମିଶ୍ର, ରାଜେନ୍ଦ୍ର ପଟ୍ଟନାୟକ, ଶଙ୍କର ଚରଣ ଗୈାଡ, ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Advertisement