କଟକ,୨୨/୦୨/୨୧(ଡ଼ି.ଏଚ/ବ୍ୟୁରୋ): ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ମାଧବାନନ୍ଦ ଜୀଉ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ଅଛି । ହେଲେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ । ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଆଇନ ଶୃଙ୍ଖଳା ଉଂଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ମନ୍ଦିରରେ ଭୈମ ଏକାଦଶୀ ପର୍ବ ଯଥାରୀତିରେ କୋଭିଡ ନିୟମ ଅନୁସାରେ କରିବାକୁ ସ୍ଥିର କରାଯାଇଛି । ସେପଟେ ବ୍ୟବସାୟୀମାନେ ଅନେକ କ୍ଷତି ସହିବେ ବୋଲି କହିଛନ୍ତି ।


















