ବନ୍ତଳା ,୨୧/୦୨/୨୧(ଡ଼ି.ଏଚ/ବ୍ୟୁରୋ): ଅନୁଗୁଳ ବ୍ଲକ ସଦର ଥାନା ଅଞ୍ଚଳରେ ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ରନ୍ତଲେଇ ପଂଚାୟତ ହରିବେରେଣୀ ଗ୍ରାମରେ ଆଜି ଏକ ମଘମେଳା ଆୟୋଜିତ ହୋଇଥିଲା। ଏହି ମେଳା ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ଗ୍ରାମର ଗୋଗୁଲ ନାଏକ ଓ ଶୁକ୍ର ନାଏକ ଆଜି ଦିନ ପ୍ରାୟ ୨ ବେଳେ ନିଜ ଗାଁରୁ ଏକ ବାଇକ ଯୋଗେ ଅନୁଗୁଳ ଅଭିମୁଖେ ଯାଉଥିଲେ।
ତେବେ ରନ୍ତଲେଇ ପାଞ୍ଜିଆ ବନ୍ଧ ପାଖରେ ତାଙ୍କ ବାଇକଟି କପିଧ୍ୱଜ ନାମକ ଏକ ବସ (ଓଆର-୧୩-୧୫୬୭)କୁ ମୁହାଁମୁହିଁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ଉଭୟେ ଗୁରୁତର ହୋଇପଡିଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଗୋଗୁଲଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରଙ୍କ ଅବସ୍ଥା ଗୁରୁତର ରହିଛି।


















