Friday, November 6, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ବିଧାୟକଙ୍କ ୱାର୍ଡରେ ବିମାନ ବନ୍ଦର ସ୍ଥାପନ ପାଇଁ...

ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ବିଧାୟକଙ୍କ ୱାର୍ଡରେ ବିମାନ ବନ୍ଦର ସ୍ଥାପନ ପାଇଁ ଆନ୍ଦୋଳନ I

168
ADVERTISEMENT

ବ୍ରହ୍ମପୁର,୧୯/୨(ଇ .ରଞ୍ଜନ):ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ପାଇଁ ସମସ୍ତ ଭିତ୍ତିଭୂମି ଥିବା ସତ୍ୱେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସ୍ୱର ନିଷ୍କ୍ରିୟ ହୋଇପଡିଥିବା ଯୋଗୁଁ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ବିଧାୟକଙ୍କ ବାସଭବନ ଅଂଚଳ 33ନଂ ୱାର୍ଡରେ ଏକାଦଶ ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି l ସୂଚନାଯୋଗ୍ୟ ,ସର୍ବ ବୃହତ ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ଉପସ୍ଥାପନ ନକରିବା ଯୋଗୁଁ ବ୍ରହ୍ମପୁର ସହରରେ ଖୁବ ନୈରାଶ୍ୟ ସୃଷ୍ଟି ହେବା ସହ ସ୍ଥାନୀୟ ବିଧାୟକ ଓ ସାଂସଦ ଏ ଦିଗରେ ଚେଷ୍ଟI କରିବାପାଇଁ ଦୃଢ଼ ଆହ୍ୱାନ କରିଛି l ସ୍ଥାନୀୟ ଗଜପତିନଗର ଛକଠାରେ ଆୟୋଜିତ ଏହି ସଭାରେ ଗଜପତି ନଗର ଉନ୍ନୟନ କମିଟିର ବହୁ କର୍ମକର୍ତା , ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା, ସହ ଆବାହକ ଅବନୀ ଗୟା ଙ୍କ ସମେତ ଆଇନଜୀବୀ ସତୀଶ ପାଣିଗ୍ରାହୀ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ରାମ ପଣ୍ଡା,ଡ଼ଃ. ଡମ୍ବୁରୁଧର ସାହୁ,ଗଗନ ଚନ୍ଦ୍ର ମଲ୍ଲିକ, ଜାମୁଲl ସୁରେଶ, ବି. ସ୍ୱରାଜ୍ୟ ସୁବୁଦ୍ଧି, ଏସ. କେଶବ ଲିଙ୍ଗମ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେl

Advertisement