ବ୍ରହ୍ମପୁର,୧୮/୨,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ର ପ୍ରତାପୁର ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଅଧ୍ୟକ୍ଷା ସ୍ନେହଲତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁରୁଷୋତ୍ତମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମହାରଣା, ଆୟୁଷ ଡାକ୍ତର ଶୋଭାରାଣୀ ବର୍ମା ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ସ୍ନେହଲତା ପଣ୍ଡା ନିଜର ଜିଲ୍ଲାପରିଷଦ ପାଣ୍ଠିରୁ ଦେଢ ଲକ୍ଷ ଟଙ୍କା ମଞ୍ଜୁରୁ କରିଥିବା ନେଇ ପ୍ରକାଶ କରିଥିଲେ । ମେଡିକାଲର ବିଭିନ୍ନ ସମସ୍ୟା ,ୱ।ଲ ପେଣ୍ଟିଙ୍ଗ୍ ,ପରିଶ୍ରାଗାର ନିର୍ମାଣ, ସମ୍ମିଳନୀ କକ୍ଷ ନିର୍ମାଣ କରିବା ପାଇଁ ପୁରୁଷୋତ୍ତମପୁର ବିଡିଓଙ୍କୁ ଦୃଷ୍ଟି ଆକର୍ଷଣ କରଯିବ ବୋଲି ପ୍ରସ୍ତାବ ଆଗତ ହୋଇଥିଲା ।


















