Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ସେମିଳିଗୁଡ଼ା ପୁଲିସ ଏକ ଗଞ୍ଜାଇ ବୋଝେଇ ଟ୍ରକ୍‌ ଜବତ କରିଛି ଯାହାର ଓଜନ ୧୧...

ସେମିଳିଗୁଡ଼ା ପୁଲିସ ଏକ ଗଞ୍ଜାଇ ବୋଝେଇ ଟ୍ରକ୍‌ ଜବତ କରିଛି ଯାହାର ଓଜନ ୧୧ କ୍ୱିଣ୍ଟାଲ୍‌ ୪୫ କିଲୋ

198
ADVERTISEMENT

ଭୁବନେଶ୍ୱର,୧୮/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ସେମିଳିଗୁଡ଼ା-ନନ୍ଦପୁର ରାସ୍ତାର (୫୫ ନମ୍ବର ପ୍ରମୁଖ ଜିଲ୍ଲା ସଡ଼କ) ବୋଡ଼େଙ୍ଗା ଛକରେ ଗତ ଅପରାହ୍ଣ ୧୨:୩୦ରେ ସେମିଳିଗୁଡ଼ା ପୁଲିସ ଏକ ଟ୍ରକ୍‌ରେ ବେଆଇନ ଭାବେ ନିଆଯାଉଥିବା ୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜାଇ ଜବତ କରି ଏକ ମାମଲା ରୁଜୁ କରିଛି । ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ଝାଡ଼ଖଣ୍ଡ ଅନ୍ତର୍ଗତ ବୋକାରୋ ଜିଲ୍ଲାର ବାସିନ୍ଦା। ସେମାନେ ହେଲେ, ୪୮ ବର୍ଷିୟ ସୁବୋଧ କୁମାର ମହତୋ, ୨୦ ବର୍ଷିୟ ଉତ୍ତମ କୁମାର ହାଁସଦା ଓ ୩୧ ବର୍ଷିୟ ବବଲୁ ମହତୋ। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତଜଣକ ହେଉଛନ୍ତି ପଡୁଆ ଅଞ୍ଚଳର ୨୯ ବର୍ଷିୟ ସୀତାରାମ ଗେମେଲ୍‌। ସେମାନଙ୍କ ଠାରୁ ୨ଟି ମୋବାଇଲ୍‌ ଫୋନ୍‌, ୨ଟି ନମ୍ବର ପ୍ଲେଟ୍‌ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି ।

Advertisement