Thursday, September 24, 2026
ADVERTISEMENT
Home ଆଞ୍ଚଳିକ ମିନି ଟ୍ରକ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କୁ ଉଦ୍ଧ ଆହାତ

ମିନି ଟ୍ରକ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କୁ ଉଦ୍ଧ ଆହାତ

280
ADVERTISEMENT

ପାରଳାଖେମୁଣ୍ଡି,୧୭/୦୨/୨୧(ପ୍ରଭାତ କୁମାର ପାତ୍ର) : ବାହାଘର ପାଇଁ ହସଖୁସିରେ ଯାଉଥିଲେ, କିନ୍ତୁ ଯିଏ ଜାଣିଥିଲା ରାସ୍ତାରେ ଜଗିଛି ମୃତ୍ୟୁ। ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କଙ୍କଡାଗୁଡା ଘାଟିରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଆର. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଜାମଢ଼ିଅ ଗ୍ରାମର ଜୟନ୍ତ ଦଳବେହେରା (୨୦)ଏବଂ ଗାୟତ୍ରୀ ରଇତ (୧୮)। ଆହତ ମାନଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି l ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଜାମଢ଼ିଅ ଗ୍ରାମରୁ ତୁମନ ଗ୍ରାମକୁ ଲୋକେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି। ଆର. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Advertisement