Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜଉଗଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଜଉଗଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

224
ADVERTISEMENT

ବ୍ରହ୍ମପୁର,୧୭/୦୨/୨୧(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମସ୍ଥିତ ଜଉଗଡର ଉଭୟ ରାସ୍ତା ପାର୍ଶ୍ବରେ ବ୍ଲକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମହାରଣା ଉପସ୍ଥିତ ରହି ବୃକ୍ଷ ରୋପଣ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ସମୀକ୍ଷା କରିଥିଲେ । ଜଉଗଡ ମହୋତ୍ସବକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପିନାରାୟଣ ରାଓ,ସରପଞ୍ଚ ଗୋପାଳ ସେଠି, ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବେଚ୍ଛାସେବୀ ଉପସ୍ଥିତ ରହି ଜଉଗଡ ମହୋତ୍ସବ କିପରି ସାରାରାଜ୍ୟରେ ଆଦୃତ ହୋଇପାରିବ ଗୁରୁତ୍ୱ ଦେଇଛନ୍ତି ।

Advertisement