Friday, November 6, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡିରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

କୁକୁଡ଼ାଖଣ୍ଡିରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

183
ADVERTISEMENT

କୁକୁଡ଼ାଖଣ୍ଡି,୧୫/୨(ଇ.ରଞ୍ଜନ):କୁକୁଡ଼ାଖଣ୍ଡି ଗତକିଛି ଦିନ ଧରି ଖାଇବା ତେଲ ଠାରୁ ଆରମ୍ଭ କରି ଗାଡି ତେଲ ସମେତ ବିଭିନ୍ନ ସାମଗ୍ରୀ ସାରା ଦେଶରେ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି।ଯାହାଫଳରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ତେଲ ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏହାର ପ୍ରତିବାଦରେ ସୋମବାର ରାଜ୍ୟ କଂଗ୍ରେସ ଦଳ ତରଫରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହା ଗଞ୍ଜାମ ଜିଲ୍ଲା ରେ କିଛି ମାତ୍ରା ରେ ପ୍ରଭାବ ପକାଇ ଥିବା କଂଗ୍ରେସ ମହଲରେ ଉତ୍ସାହ ଦେଖାଦେଇଛି l ଏହାକୁ ସମର୍ଥନ ଜଣାଇ କୁକୁଡ଼ାଖଣ୍ଡି ଠାରେ ମଧ୍ୟ ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ନେତା ଓ କର୍ମୀମାନେ ଏକାଠି ହୋଇ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ ସମସ୍ତଙ୍କୁ ସଚେତନ କରିଥିଲେ। କେନ୍ଦ୍ର ସରକାର ଙ୍କ ଅଛେଦିନ କୁଆଡେ ଗଲା ବୋଲି କଂଗ୍ରେସ ଅଭିଯୋଗ କରିଥିଲା ପେଟ୍ରୋଲ ବୃଦ୍ଧି କୁ ନେଇ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ , କଲୋଜ ଓ ସମବାୟ ସମିତି ବ୍ୟାଙ୍କ, ଆଇଓବା ବ୍ଯାଙ୍କ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ, ଉପ ନିବନ୍ଧକ କାର୍ଯ୍ୟାଳୟ ଅନ୍ୟାନ୍ୟ କାର୍ଯ୍ୟାଳୟ ବନ୍ଦ କରିବାକୁ ଦାବି କରିଥିଲେ। କଂଗ୍ରେସ ଦଳର ନେତା ଓ କର୍ମକର୍ତ୍ତା ପରିସରରୁ ଆରମ୍ଭ କରିଥିଲେ ଏହି ଧର୍ମଘଟ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ପଟୁଆରରେ ସହର ପରିକ୍ରମା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବହୁ କର୍ମୀ ପ୍ରମୁଖ ସାମିଲ ହୋଇ ଏହାର ନେତୃତ୍ୱ ନେଇଥିଲେ । ଏହାର ପ୍ରଭାବରେ କେନ୍ଦ୍ର ସରକାର ଅଧିନରେ ଥିବା ପୋଷ୍ଟ ଅଫିସ, ବ୍ୟାଙ୍କ ସମେତ କିଛି କାର୍ଯ୍ୟାଳୟ ବନ୍ଦ ରହିଥିଲା । ତେବେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଉପରେ ଏହାର ମିଶ୍ରିତ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ମେଡ଼ିକାଲ ଛକରେ ଦଳୀୟ କର୍ମୀମାନେ ମୋଦୀ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଏହି ବିକ୍ଷୋଭରେ ଆଞ୍ଚଳିକ ନେତା ପି.ଶିବ ପ୍ରସାଦ ଦୋରା , ୮ ନଂ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟାଇ, ସମୀର ପଟ୍ଟନାୟକ, ସୁରେଶ ଚନ୍ଦ୍ର ଦଳାଇ, ଅରୁଣ ଭୂୟାଁ, କାଶୀନାଥ ମହାରଣା, ଉଲା ବେହେରା, ବନବାସ ପାଢ଼ୀ, କାଳିଆ ଗୌଡ଼, ଭୀମ ଦାସ, ଦୁର୍ଯ୍ୟା ବେହେରା, କବି ଦାସ, ସାରିଆ ଦାସ,ସନ୍ତୋଷ ସେଠି, ଜିତୁ ପଟନାୟକ, ହରି ବେହେରା, ରମେଶ ଦୋରା, ରିଙ୍କୁ ନାହାକଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ବନ୍ଦ ପାଳନ ସମୟରେ କାଁ ଭାଁ କେତେକ ଗାଡ଼ି ମଟର ଚଳାଚଳ କରୁଥିବା ବେଳେ ଔଷଧ ଦୋକାନ ସବୁ ଖୋଲା ରହିଥିଲା।

Advertisement