Saturday, September 26, 2026
ADVERTISEMENT
Home ଆଞ୍ଚଳିକ କାର ସହ ଅଟୋ ଧକ୍କା, ୪ ଗୁରୁତର

କାର ସହ ଅଟୋ ଧକ୍କା, ୪ ଗୁରୁତର

200
ADVERTISEMENT

ମୋହନା,୧୫/୦୨/୨୧(ମୋହନ ଗୌଡ଼) :ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି। ପୁଲିସର ବାରମ୍ଵାର ଧରପଗଡ଼ ସତ୍ତ୍ୱେ ଅମାନିଆ ଗାଡ଼ି ଚାଳକ ମାନେ ନିଶାସକ୍ତ ଓ ଦୃତଗତି ଯୋଗୁଁ ଦୁର୍ଘଟଣା ଘଟିବାରେ ଲାଗିଛି । ରବିବାର ମଧ୍ୟାହ୍ନ ସମୟରେ ମୋହନାର ଏକ ଅଟୋନଂ(ଓଡ଼ି୦୭ ଏନ୪୩୫୩)ରେ ପୁରୁଣା ବ୍ରିଜ ସାହିର ପୂଜାରାଣୀ ପାତ୍ର(୩୧), ଆରତୀ ପାତ୍ର(୨୫) ,ସାଇ ପ୍ରିତମ ପାତ୍ର(୪) ଓ ଅଟୋ ଚାଳକ ଅଜୟ ସ୍ଵାଇଁ(୩୦) ଅଡ୍‌ବା ନିକଟସ୍ଥ ପଦାଗାଁକୁ ଭୋଜି ଖାଇବାକୁ ଯାଉଥିଲେ ।ଏହି ସମୟରେ ଅପର ପାର୍ଶ୍ଵ ଅଡବା ପଟୁ ଏକ ସୁଜକି ଭିଜା ଗାଡ଼ି ନଂ(ଓଡ଼ି୦୨ଏ ଏକ୍ସ୯୮୦୨)ରେ ଭୁବନେଶ୍ୱର ପାତ୍ରପଡ଼ା ଗ୍ରାମର ନିବାସ ପ୍ରଧାନ(୪୫) ଓ ବିଶ୍ଵରଂଜନ ଚ୍ୟାଉପଟ୍ଟନାୟକ(୫୨) ନିଜ ଗ୍ରାମକୁ ଫେରୁଥିବା ବେଳେ ମୋହନା ନିକଟସ୍ଥ କଣ୍ଟେଇକୋଳି ନିକଟରେ କାରଟି ଅଟୋକୁ ସାମନାପଟୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ଚାରିଜଣ ଲୋକଙ୍କୁ ଗଭୀର ଆଘାତ ଲାଗିଥିଲା। ସେମାନଙ୍କୁ ଅନ୍ୟ ଏକ ଅଟୋ ଦ୍ଵାରା ସ୍ଥାନିୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା କିନ୍ତୁ ସମସ୍ତଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଯାଇଥିବା ଜଣା ପଡିଛି।

Advertisement