Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଛାତ୍ର ସମ୍ମିଳନୀରେ ସ୍କୁଲ ଛାତ୍ର ସାମିଲକୁ ନେଇ;ବିଜେପି ଯୁବ ମୋର୍ଚ୍ଚା ତରଫରୁ ୨ ପ୍ରଧାନ ଶିକ୍ଷକଙ୍କ...

ଛାତ୍ର ସମ୍ମିଳନୀରେ ସ୍କୁଲ ଛାତ୍ର ସାମିଲକୁ ନେଇ;ବିଜେପି ଯୁବ ମୋର୍ଚ୍ଚା ତରଫରୁ ୨ ପ୍ରଧାନ ଶିକ୍ଷକଙ୍କ ନାମରେ ମକଦ୍ଦମା

216
ADVERTISEMENT

ପାରଳାଖେମୁଣ୍ଡି,୧୩/୦୨/୨୧(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗତ ମଙ୍ଗଳବାର ଦିନ ବିଜେଡି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଯୁବ ଓ ଛାତ୍ର ନେତୃତ୍ୱ ସମାବେଶ ଅନୁଷ୍ଠିତ ହୋଇଥିଲା । ସେଥିରେ ଯେଉଁ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ତାକୁ ଯୁବ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ବିରୋଧ କରାଯାଇଛି । ଏପରି ଏକ ରାଜନିତୀ ସମାବେଶରେ କିପରି ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ପୋଷାକ ପରିଧାନ କରି ଯୋଗ ଦେଇଥିଲେ ଏଥିପାଇଁ ସେମାନଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଦାୟୀ କରି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବ ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ଠାରେ ଏକ ମକଦ୍ଦମା ରୁଜୁ କରିଛନ୍ତି । ଯୁବ ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିକାଶ ବିଦ୍ୟାନିକେତନର ମୁଖ୍ୟ ଏବଂ ଅନ୍ୟାନ୍ୟ ଯେଉଁ ବିଦ୍ୟାଳୟର ଶିଶୁମାନେ ଯୋଗ ଦେଇଛନ୍ତି ସେମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯିବାପାଇଁ ଦାବୀ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଯୁବ ଓ ଛାତ୍ରମାନଙ୍କ ନେତୃତ୍ୱ ବିକାଶ ପାଇଁ ଏକ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଆୟୋଜିତ ହୋଇଥିଲା ଯେଉଁଥିରେ କି ଅଷ୍ଟମ, ନବମ, ଦଶମ ଶ୍ରେଣୀର ଶହ ଶହ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସେମାନେ ସ୍କୁଲ ପୋଷାକ ମଧ୍ୟ ପରିଧାନ କରିଥିଲେ । ସେହି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗଣମାଧ୍ୟମ ଆଗରେ ସେମାନଙ୍କର ଅନୁଷ୍ଠାନର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାଇ ସେମାନେ ଯୋଗଦେଇଥିବା କହିଥିବାର ଏହି ପ୍ରେସ ବିବୃତ୍ତିରେ ଜଣାଯାଇଛି । ଗତ ଦୀର୍ଘ ମାସ ଧରି କରୋନା ଜନିତ କାରଣରୁ ଛାତ୍ରଛାତ୍ରୀ ମାନେ ସଠିକ ଭାବେ ନିଜର ପାଠ ପଢାପଢି କରିପାରୁ ନଥିଲେ । ଅତି ନିକଟରେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଶେଷ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଏକ ରାଜନୈତିକ ସମାବେଶରେ କିପରି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଲେ ତାହାକୁ ନେଇ ଜିଲ୍ଲା ଯୁବ ଭାଜପା ପକ୍ଷରୁ ପ୍ରତିବାଦ କରାଯିବା ସହ ମକଦ୍ଦମା କରାଯାଇଛି । ଏଥିପାଇଁ ଯୁବ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସମସ୍ତ ସୂଚନା ପ୍ରଦାନ କରାଯାଇଛି । ଏହି ଖବରଦାତା ସମ୍ମିଳନୀ ଜିଲ୍ଲା ଯୁବ ଭାଜପା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

Advertisement