ବ୍ରହ୍ମପୁର,୧୩/୦୨/୨୧(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ଜାତୀୟ ସମାଜ ସେବା ମିଳିତ ଭାବେ ଏକରକ୍ତଦାନ ଶିବିର ଆଯୋଜନ କରିଥିଲେ l ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର-ସିମାଞ୍ଚଳ ପଟ୍ଟନାୟକ ଉଦ୍ ଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।ପୂର୍ବତନ ଛାତ୍ର ସଭାପତି ଅଶୋକ କୁମାର ମହାଙ୍କୁଡ ଙ୍କ ନେତୃତ୍ୱରେ କିଛି ପୁରାତନ ଛାତ୍ର ରକ୍ତଦାନ କରିଥିଲେ ।ଏହି ଶିବିର ରୁ ୪୮ ୟୁନିଟ ରକ୍ତ ସ’ଗ୍ରହ ହୋଇଥିଲା। ପ୍ରାଣୀ ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଡ଼କ୍ଟର ପ୍ରଦୀପ କୁମାର ସାହୁ, ଯୁବରେଡ଼ କ୍ରସର ଅଧ୍ୟକ୍ଷ ତଥା ଅଧ୍ୟାପକ ନାୟୁଡୁ ମୋହନ,ଜାତୀୟସମାଜ ସେବା ସଞ୍ଜୋଜକ ଡକ୍ଟର ବିପ୍ଲବ ରଞ୍ଜନ ପ୍ରଧାନ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡକ୍ଟର ସୁବ୍ରତ କୁମାର ଷଡଙ୍ଗି,ଓଡ଼ିଆ ଅଧ୍ୟାପକ ଡକ୍ଟର ପ୍ରବୀର କିଶୋର ପ୍ରଧାନ,-ଅଧ୍ୟାପିକା ଡକ୍ଟର ଗାୟତ୍ରୀ ଦାସ, ଘରୋଇ ବିଜ୍ଞାନ ଅଧ୍ୟପିକା ସନ୍ଧ୍ୟା ରାଣୀ ପାତ୍ର ,କୃଷ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ଶେଖର ମିଶ୍ର, ଶିବବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମକର୍ତା ଡାକ୍ତର ରଶ୍ମିତା ପାଣିଗ୍ରାହୀ,ପ୍ରଦୀପ କୁମାର ସୁବୁଦ୍ଧି,ଦେବାଶିଷ ପଣ୍ଡା,ରାମହରି ପଣ୍ଡା,ନାଗଭୁଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ l ତାରାତାରିଣୀ ମହାବିଦ୍ୟାଳୟ ର ଅଧ୍ୟାପକ ,ଅଧ୍ୟପିକା ,ଛାତ୍ରଛାତ୍ରୀ ସହ ପୁରୁଷୋତ୍ତମପୁର ଥାନା ଏ ଏସ ଆଇ ଶ୍ରନିବାସ ଦାସ ,ପୋଲିସ କର୍ମଚାରୀ ସଡକ ସୁରକ୍ଷା ସଚେତନତାରାଲି ରେ ଯୋଗଦେଇଥିଲେ ।


















