ବ୍ରହ୍ମପୁର,୧୩/୦୨/୨୧(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ଆମ ପୋଲିସ ସମିତିପକ୍ଷରୁ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଯୋଗ ଦେଇ ୫୩ଜଣ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।
ଗୁଣିଗାରେଡି, ବାଲ୍ୟବିବାହ ଆଦି କୁସଂସ୍କାର ପ୍ରଥା କୁ ବନ୍ଦ କରିବା, ଏକ ସୁସ୍ଥ ସମାଜ ଗଠନ ରେ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଆମ ପୋଲିସ ସମିତି ର ସଦସ୍ୟଏ.ରାଜଗୋପାଳ ରାଓ,ନରସିଂହ ପଣ୍ଡା ଙ୍କ ସମେତ ବ୍ଲକର ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଏଏସଆଇ ରବିନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତପୋଲିସ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ପର୍ଯ୍ୟାୟ କ୍ରମେ ଅନ୍ୟ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।



















