ଦୋରଗୁଡା ସେବାଶ୍ରମକୁ ଅଚାନକ ତହସିଲଦାରଙ୍କ ପରିଦର୍ଶକ

151
ADVERTISEMENT

ବୈପାରିଗୁଡା ,୬/୮ଏଜେନସି : ଡେଙ୍ଗୁରେ ଆକ୍ରାନ୍ତ ଥିବା ଦୋରଗୁଡା ସେବାଶ୍ରମର ଛାତ୍ରର ସ୍ଵାସ୍ଥ୍ୟବସ୍ଥା ବୁଝିବା ସହ ଅଚାନକ ପରିଦର୍ଶକ କରିଛନ୍ତି ବୈପାରିଗୁଡା ତହସିଲଦାର ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ । ଶ୍ରୀ ସାହୁ ପ୍ରଥମେ ତହସିଲ କାର୍ଯ୍ୟାଳୟରୁ ବାହାରି ବୈପାରିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଡେଙ୍ଗୁରେ ଆକ୍ରାନ୍ତ ଥିବା ୪ର୍ଥ ଶ୍ରେଣୀର ଛାତ୍ର ପ୍ରଭୁ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କଠାରୁ ପଚାରି ବୁଝି ଛାତ୍ରର ପରିବାର ଲୋକଙ୍କୁ ମଧ୍ୟ ଭେଟିଥିଲେ । ପରେ ପରେ ସେବାଶ୍ରମକୁ ଯାଇ ବର୍ତ୍ତମା ର ସ୍ଥିତି ଅନୁଧ୍ୟାନ କରିଥିଲେ ତହସିଲଦାର ଶ୍ରୀ ସାହୁ । ସେଠାକାର ପରିମଳ ପରିବେଶ ବୁଲି ଦେଖିଥିବା ବେଳେ ସମସ୍ତ ବିଦ୍ୟାଳୟ ଗୃହ ଏବଂ ଛାତ୍ର ଛାତ୍ରୀ ମାନେ ରହିବା ବାସଗୃହକୁ ମଧ୍ୟ ଯାଇ ତଦାରଖ କରିବା ସହିତ ଛାତ୍ର ଛାତ୍ରୀଙ୍କ ସମସ୍ୟା ପଚାରି ବୁଝିଥିଲେ । ଉକ୍ତ ସେବାଶ୍ରମ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ପାଣ୍ଡିଙ୍କୁ ପିଲାଙ୍କ ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଏବଂ ବିଦ୍ୟାଳୟର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ସେବାଶ୍ରମ ବିଦ୍ୟାଳୟରେ ମୋଟ ୪ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟାୟନ କରୁଥିବା ବେଳେ ଆବଶ୍ୟକ ବିଭିନ୍ନ ସୁବିଧାରୁ ବଞ୍ଚିତ ରହିଥିବା ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଯୋଗୁଁ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ପ୍ରକାଶ କରିଛନ୍ତି ।ଏହି ସେବାଶ୍ରମରେ ଅଧ୍ୟାୟନ କରୁଥିବା ୫ମ ଶ୍ରେଣୀର ଛାତ୍ର କିଛି ଦିନ ତଳେ ମୃତ୍ୟୁର ଶିକାର ହୋଇଥିବା ବେଳେ ଏବେ ୪ର୍ଥ ଡେଙ୍ଗୁରେ ଆକ୍ରାନ୍ତ ହୋଇଛି ପୁଣି ୪ଜଣ ଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ।ବିଭାଗୀୟ ଅଧିକାରୀଙ୍କ ଉକ୍ତ ସେବାଶ୍ରମ ପ୍ରତି କେତେ ଆନ୍ତରିକତା ଅଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement