Thursday, August 20, 2026
ADVERTISEMENT
Home ଆଞ୍ଚଳିକ କେନ୍ଦ୍ର କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ କିଶାନ...

କେନ୍ଦ୍ର କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ କିଶାନ ମଜଦୁର ସଭା ପକ୍ଷରୁ ବିଶାଳ ଶୋଭାଯାତ୍ରା

180
ADVERTISEMENT

ଗଜପତି,୧୨/୦୨/୨୧(ପ୍ରଭାତ କୁମାର ପାତ୍ର ) : କେନ୍ଦ୍ର କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ଦାବି କରି ଅଖିଳ ଭାରତ କିଶାନ ମଜଦୁର ସଭା, ଗଜପତି ଜିଲ୍ଲା ଶାଖା ପକ୍ଷରୁ ବିଶାଳ ଶୋଭାଯାତ୍ରା। ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ଠାରୁ ଶତାଧିକ ଚାଷୀଙ୍କ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଅଖିଳ ଭାରତ କୃଷକ ସଂଗଠନର ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଆଦିବାସୀ ନେତା କେଦାର ଶବର, ଶ୍ରମିକ ନେତା ପ୍ରତାପ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ, ଆୟୋଜିତ ସଭାରେ ଉପସ୍ଥିତ ଚାଷୀ ଓ ଶ୍ରମିକଙ୍କୁ, କୃଷି ବିଲ୍ ଓ ବିଦ୍ୟୁତ ବିଲ୍ ବିଷୟରେ ଆଲୋଚନା କରିଛନ୍ତି । ଚାଷୀ ଓ ଶ୍ରମିକଙ୍କ ଅଧିକାର ଉପରେ ସଚେତନ କରିଛନ୍ତି। ପରେ ୯ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଭିମୁଖ୍ୟକୁ ବିରୋଧ କରିବା ସହ ଜାତୀୟ ସ୍ତରରେ ଚାଲାଥିବା କୃଷି ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲାସ୍ତରରେ ମଧ୍ୟ ଚାଷୀ ଓ ଶ୍ରମିକ ପ୍ରତିବାଦ କରିଛନ୍ତି ବୋଲି କହିଛନ୍ତି ଭାଲ ଚନ୍ଦ୍ର ଷଡ଼ଙ୍ଗୀ।

Advertisement