ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି

150
ADVERTISEMENT

ବୈପାରିଗୁଡା ,୬/୮ଏଜେନସି : ବୈପାରୀଗୁଡା ବ୍ଲକ ରାମଗିରି ଫାଣ୍ଡି ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର କାଳିଆଝୋଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ତିନିଟା ସମୟରେ କାଳିଆଝୋଲା ଗ୍ରାମର ନିକଟରେ ଥିବା ଜମିରେ ଚାଷ କାମରେ ଲାଗିଥିବା ଟ୍ରାକ୍ଟର କାଦୁଅରେ ଫସି ଯାଇଥିଲା । ଯାହା ଫଳରେ ଗାଡି ଚାଳକ ଭାରସାମ୍ୟ ହରାଇବା ଯୋଗୁଁ ଟ୍ରାକ୍ଟର ଓଲଟି ଯାଇଥିଲା ଏବଂ ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା ରାଇଘରର ରାଜଖଟ ଗ୍ରାମର ଧନୀରାମ ରାଉତ (୨୩) ବୋଲି ଜଣାପଡିଛି । ମୃତ ଯୁବକଙ୍କ ପତ୍ନୀ ଓ ଛୋଟ ଛୋଟ ଦୁଇ ଝିଅ ଦୁଃଖରେ ଭାଙ୍ଗି ପଡିଥିବା ଜଣାପଡିଛି । ଏବେ ଏହି ଘଟଣା ଘଟିବା ସାଙ୍ଗେ ସାଙ୍ଗେ ଗ୍ରାମବାସୀ ମୃତ ଯୁବକକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଜଣେଇଥିଲେ । ବୈପାରୀଗୁଡା ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂଙ୍କ ନିର୍ଦେଶ କ୍ରମେ କର୍ମଚାରୀ ମାନେ ଜମି କାଦୁଅ ଓ ଟ୍ରାକ୍ଟର ମଝିରେ ଫସିଥିବା ମର ଶରୀରକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ମର ଶରୀରକୁ ବ୍ୟବଛେଦ ପାଇଁ ମେଡିକାଲ ପଠାଇଥିଲେ । ଏହି ଘଟଣାକୁ ରାମଗିରି ଫାଣ୍ଡି ଅଧକାରୀ ସୁବ୍ରତ ପାଣିଗ୍ରାହୀ ତଦନ୍ତ କରୁଥିବା ବେଳେ ଶବ ବ୍ୟବଛେଦ ପରେ ପରିବାରକୁ ହସାନ୍ତର କରାଯିବ, ବୋଲି ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଘଟଣା ସ୍ଥଳରେ ପ୍ରକାଶ କରିଛନ୍ତି ।

Advertisement