ସୋନପୁର,୧୧/୦୨/୨୧(ସୁନୀଲ ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଭାବରେ ସୀତାରାମ ସତପଥୀ ଯୋଗ ଦେଇଛନ୍ତି l ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ l ତେବେ ସୁବର୍ଣ୍ଣପୁର ଜିଲ୍ଲା ରେ ଯୋଗ ଦେବାପରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସାଧାରଣ ଲୋକଙ୍କ ଜୀବନ ରକ୍ଷା, ଟ୍ରାଫିକ ସମସ୍ଯା ଓ କ୍ରାଇମ୍ ରୋକିବା ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି l


















