Friday, November 6, 2026
ADVERTISEMENT
Home ଆଞ୍ଚଳିକ ୧0ଟି ଟେଙ୍କର ଯୋଗେ ଲୁଚାପଡା ପଞ୍ଚାୟତକୁ ପାଣି ଯୋଗାଇବା ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଲା

୧0ଟି ଟେଙ୍କର ଯୋଗେ ଲୁଚାପଡା ପଞ୍ଚାୟତକୁ ପାଣି ଯୋଗାଇବା ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଲା

195
ADVERTISEMENT

କୁକୁଡାଖଣ୍ଡି,୧୧/୦୨/୨୧(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଗ୍ରାମର ପାଣି ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନର ଦୂର ଦୃଷ୍ଟି ଅଭାବ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ନଜିର ରହିଛି l ସେହିପରି ଲୁଚାପୋଡା ପଞ୍ଚାୟତରେ ପାଣି ସମସ୍ୟା ଉତ୍କଷ୍ଟ ହେବାରୁ ବଜେପି ପକ୍ଷରୁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହେଉଥିବା ସ୍ୱତେ ବି ପାଣିର ଯୋଗାଇବାରେ ଅକ୍ଷମ ଥିବା ପ୍ରଶାସନର ହଁ ହଁ ରେ ରହିଆସୁଥିବା ସେହି ଅଞ୍ଚଳର ବଜେପିନେତା ବା ଜିଲ୍ଲା ପରିଷଦ ଏଲ.ମୋହନ ଦାଶ ଅଭିଯୋଗ କରି ଆସୁଥିଲେ l କିନ୍ତୁ ପ୍ରତିଶୃତି ପାଳନ ହୋଇନଥିବା ଯୋଗୁଁ ଗୁରୁବାର ପୂର୍ବାହ୍ନରେ ୩ ଘଣ୍ଟା ଧରି ବ୍ରହ୍ମପୁର ଲୁଚାପୋଡା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଯାହା ଫଳରେ ରାସ୍ତା ଆରୋହୀ ଛାତ୍ରଛାତ୍ରୀ ସମେତ କର୍ମଚାରୀ ଓ ଦୈନିକ ଶ୍ରମିକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ l ଏବଂ ରାଜ୍ୟସରକାରଙ୍କ ସମାଆଲୋଚନା କରିବା ସଙ୍ଗେ ବ୍ଲକ ପ୍ରଶାସନକୁ ଅପାରଗତା ପ୍ରଶାସନ ଆଖ୍ୟା ଦେଇ ବିଭିନ୍ନ ନାରାବାଜି ଦେଇଥିଲେ ନିକଟରେ ରାଜ୍ୟ ସରକାରଙ୍କ କୋଟିକୋଟି ଟଙ୍କାର ଯାନିବିଲି ପ୍ରକଳ୍ପ ପାଣି କାହା ସର୍ତ୍ତରେ ବ୍ରହ୍ମପୁରବାସି ପିଇବେ କିନ୍ତୁ ଯେଉଁ ଅଞ୍ଚଳରେ ଖନନ କଲେ ସେହି ଅଞ୍ଚଳରେ ପାଣି ଦେବା ପାଇଁ ପ୍ରଶାସନ କାହିଁକି ଉତ୍କଣ୍ଠା ପ୍ରଶ୍ନ କଲେ ନେତା l ପରବର୍ତ୍ତୀ ସମୟ ରେ ବ୍ଲକ ବିଡ଼ିଓ ସଙ୍ଗେ ସଙ୍ଗେ ଗ୍ରାମୀଣ ଜଳ ଯୋଗାଣ ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ କୁକୁଡାଖଣ୍ଡି rwssର ଯନ୍ତ୍ରୀ ମନସ୍ବୀନି ମହାପାତ୍ର ଙ୍କ ସହ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଂଚି ଦୁଇରୁ ତିନୋଟି ଟ୍ରେଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଥମେ ପ୍ରତିଶୃତି ଦେଲେ କିନ୍ତୁ ଏହି ୩ଟି ଟ୍ରେଙ୍କର ପାଣି ପଞ୍ଚାୟତ ପାଇଁ କାର୍ଯ୍ୟକାରୀ ହେବନାହିଁ ଘର ଘର ମଧ୍ୟରେ ଅଶାନ୍ତି ସୃଷ୍ଟି ହେବା ସହ ମାରପିଟ ମଧ୍ୟ ବୃଦ୍ଧି ପାଇବା ଆଶଙ୍କାରଖି ବଜେପି ନେତା ମାନେ ମନାକରି ଆନ୍ଦୋଳନ କରିବାରୁ ନିର୍ବାହୀ ଯନ୍ତ୍ରୀ ବାଧ୍ୟବାଧ୍ୟତାରେ ପୁଣି ୧0ଟି ଟ୍ରେଙ୍କର ଯୋଗେ ପାଣି ଯୋଗାଇଦେବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଟାୟାର ଜଳା ଆନ୍ଦୋଳନ ସ୍ଥଗିତ ରହିଲା l ଏହି କାର୍ଯ୍ୟକ୍ରମରେ ବିଜେପି କର୍ମୀ ଓ ନେତା ସୂର୍ଯ୍ୟମଣି ପାତ୍ର,କାଁହୁ ଚରଣ ପତି, ଏସ.ଶ୍ରୀନିବାସ ରାଓ ଶିବ ପ୍ରସାଦ, ପାତ୍ର,ଚିନ୍ମୟ ନନ୍ଦ ଦାଶ,ସିଦ୍ଧାନ୍ତ ଗଙ୍ଗଦେବ,ମହିଳା ନେତ୍ରୀ ମାନିନୀ ଦେବି,ଏସ,ରାଣୀ,ନିମଖଣ୍ଡି ମଣ୍ଡଳର ଯୁବ ନେତା କେ.ଲକ୍ଷ୍ମଣ ପାତ୍ର, କେ.ଚନ୍ଦ୍ର ଶେଖର ଦାଶ,ପ୍ରବୀର ପାତ୍ର,ମିଟୁସାହୁ, ବାବୁଲା ସାହୁ, ଜେ ତନ୍ମୟ ପାତ୍ର,ଏନ.ରାଜେନ୍ଦ୍ର କୁମାର ପ୍ରଭାତ ଷଡ଼ଙ୍ଗୀ,ଶିବ ପାତ୍ର ସମେତ ଅନେକ କର୍ମୀ ଓ ସୁରକ୍ଷା ଦାୟିତ୍ୱ ରେ ସଦରଥାନା ଅତିରିକ୍ତ ଅଧିକାରୀ ବିଶ୍ୱନାଥ ଜାଲି, କନେଷ୍ଟେବଳ, ହୋମଗାର୍ଡ ସଦଳବଳେ ଉପସ୍ଥିତ ରେ ଅଞ୍ଚଳର ପାଣି ସମସ୍ୟା ଦୂରକରିବା ପାଇଁ ଆସନ୍ତା କାଲି ଠାରୁ ପାଣି ଟେଙ୍କର ଯୋଗେ ଯୋଗାଇଦେବା ପାଇଁ ପ୍ରଶାସନ ନିଷ୍ପତି ନେଇଛି l

Advertisement