Friday, November 6, 2026
ADVERTISEMENT
Home ରାଜ୍ୟ ଏଣିକି ମୋବାଇଲ ଆପ୍ ଜରିଆରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଏଣିକି ମୋବାଇଲ ଆପ୍ ଜରିଆରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

138
ADVERTISEMENT

ଭୁବନେଶ୍ୱର,୧୧/୦୨/୨୧(ଡ଼ି.ଏଚ/ବ୍ୟୁରୋ) : RTOକୁ ପେପରଲେସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି । ମୋବାଇଲ ଆପ୍ ଜରିଆରେ ଏଣିକି ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ। UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଏହାସହ ଗାଡି ରେଜିଷ୍ଟ୍ରେସନ, ମାଲ ପରିବହନ ପରମିଟ ଆଦି ପେପରଲେସ୍ ହେବ । ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ପେପରଲେସ୍ ହେବ। କେବଳ ସେତିକି ନୁହେଁ, ଯେକୌଣସି RTOରେ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ, ପରିବହନ ପରମିଟ ପାଇଁ ଆଉ RTO ଯିବାକୁ ପଡ଼ିବନି । ଆଗରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏନେଇ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲଗାଯାଇଛି । କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ । ସେହିଭଳି ପରୀକ୍ଷାର ମାନ ବୃଦ୍ଧି ଲାଗି ପୂର୍ବରୁ ଥିବା ୧୦ ପ୍ରଶ୍ନ ବଦଳରେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଥିଲା।

Advertisement