କୁକୁଡାଖଣ୍ଡି,୧୦/୦୨/୨୧(ଇ.ରଞ୍ଜନ) : ସଦର ଥାନା ଅଞ୍ଚଳରେ ସୋମବାର ଏକ ଲଜ୍ୟା ଜନକ ଘଟଣା ଘଟିଛି । ସଦର ଥାନା ଅନ୍ତର୍ଗତ ଏକ ଗ୍ରାମରେ ସୋମବାର ମଧ୍ୟାହ୍ନରେ ଜଣେ ନାବାଳିକାଙ୍କୁ ୩ଜଣ ନାବାଳକ ଦୁଷ୍କର୍ମ କରିଥିବା ନେଇ ସଦରଥାନା ଅଭିଯୋଗ ହୋଇଛି । ଘଟଣା ପ୍ରକାରେ ଆଙ୍କୁଶପୁର ସଦର ଥାନା ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ଗ୍ରାମରେ ସୋମବାର ମଧ୍ୟାହ୍ନରେ ଘରେ କେହି ନଥିବା ଦେଖି ୩ ନାବାଳକ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ନେଇ ପୀଡିତାର ମା ମଙ୍ଗଳବାର ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଗ୍ରାମର ହରିଜନ ସାହିରେ ୮ ତାରିଖରେ ମଧ୍ୟାହ୍ନରେ ନାବାଳିକାଙ୍କ ମା ଶ୍ରମିକ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ନାବାଳିକାର ଜେଜେମା ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଘରେ କିଏ ନଥିବାର ସୁଯୋଗ ନେଇ ନାବାଳିକାଙ୍କ ଘର ପାଖର ୩ ନାବାଳକ ଘରେପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଏତଲା ଦିଆଯାଇଛି । ସଦରଥାନା ପୋଲିସ ଘଟଣାସ୍ଥଳରେ ପହଂଚି ୩ ନାବାଳକଙ୍କୁ ଅଟକ ରଖି ଥାନାରେ କେସନଂ 39/21ମାମଲା ରୁଜୁ କରି ସେମାନଙ୍କୁ ପଚରାଉଚରା କରୁଥିବା ଥାନା ଅଧିକାରିଣୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି । ବୁଧବାର ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ସୂଚନା ମିଳିଛି । ଏନେଇ ବ୍ରହ୍ମପୁର ଏସପି ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ନେଇ ଘଟଣାର ଷଡଯନ୍ତକାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।


















