Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ମା’ବ୍ରାହ୍ମଣୀଦେଇ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ଘୋଷଣା ନିମନ୍ତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅନୁରୋଧ ପତ୍ର

ମା’ବ୍ରାହ୍ମଣୀଦେଇ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ଘୋଷଣା ନିମନ୍ତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅନୁରୋଧ ପତ୍ର

183
ADVERTISEMENT

ମୋହନା,୧୦/୦୨/୨୧(ମୋହନ ଗୌଡ଼) : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତର ଜନସାଧାରଣ ମା’ ବ୍ରାହ୍ମଣୀଦେଇ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ନିମନ୍ତେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅନୁରୋଧ ପତ୍ର ପ୍ରେରଣ କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡ଼ ପର୍ବତ ଘେରା ମଧ୍ୟରେ ରହିଛି ମା”ବ୍ରାହ୍ମଣୀଦେଇ ମନ୍ଦିର ଓ ଜଳ ପ୍ରପାତ। ଏହାର ପାଦଦେଶରେ କୁଳ୍ମକୁଳୁ ନାଦରେ ବହିଯାଉଛି ହରଭଙ୍ଗୀ ନଦୀ । ଶୀତଋତୁ ଆସିଲେ ଜିଲ୍ଲା ଓ ବାହାର ଜିଲ୍ଲାର ଶହ ଶହ ପର୍ଯ୍ୟଟକ ଏଠାକାର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଓ ବଣଭୋଜି କରିବାକୁ ଆସିଥାନ୍ତି। କିନ୍ତୁ ଏହାର ପାରିପାର୍ଶ୍ଵିକ ସ୍ଥିତିର ବିକାଶ ଘଟି ନ ଥିବାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଏଠାରେ ଉପଲବ୍ଧ ମିଳିପାରୁନାହିଁ । ଏଣୁ ପ୍ରଶାସନ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଏହାର ଉନ୍ନତିକରଣ ନିମନ୍ତେ ଏହାର ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ, ଆମୋଦ ପ୍ରମୋଦ ଉଦ୍ୟାନ, ଜାତୀୟ ରାଜପଥଠାରୁ ଜଳ ପ୍ରପାତ ପର୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ, କଲ୍ୟାଣୀ ମଣ୍ଡପ, ରାସ୍ତାର ଦୁଇପାର୍ଶ୍ଵରେ ବୃକ୍ଷରୋପଣ, ପାନ୍ଥନିବାସ, ପ୍ରବେଶ ଦ୍ଵାର, ଜଳପ୍ରପାତକୁ ପାହାଚ଼ ନିର୍ମାଣ, ଫୁଡ୍ ପାର୍କ, ନଳକୂପ ଖନନ, ମନ୍ଦିରର ଉନ୍ନତିକରଣ ଓ ନେଟୱାର୍କ ସ୍ଥାପନ ଆଦି ଦାବୀ ସମ୍ମିଳିତ ସ୍ମାରକପତ୍ର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପ୍ରେରଣ କରିଛନ୍ତି କର୍କବାଡ଼ି ସରପଞ୍ଚ କାମ୍ବିମଳିକ ଓ ପଞ୍ଚାୟତବାସୀ।

Advertisement