Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଯୁବ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀ

ଯୁବ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀ

191
ADVERTISEMENT

ପାରଳାଖେମୁଣ୍ଡି,୧୦/୦୨/୨୧(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଯୁବ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀ ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଓ ଯୁବକଙ୍କୁ ସଦା ସର୍ବଦା ଗୁରୁତ୍ବ ଦେଇ ଆସୁଛନ୍ତି, ପ୍ରାଥମିକତା ଦେଇ ଯୁବକ ଓ ଛାତ୍ର ମାନଙ୍କ ପାଇଁ ନେଇ ଥିବା ପଦକ୍ଷେପ ଓ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ନେତା ବଖାଣି ଥିଲେ ଆଗାମୀ ଦଳ ସହିତ ରହିବା ପାଇଁ ଅନୁରୋଧ କରିଥିଲେ । ୫ ହଜାରରୁ ଉର୍ଦ୍ଧ ଜନସାଧାରଣ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ସମାବେଶ ସଫଳ ହୋଇଥିବା କୁହାଯାଇଛି । ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲା ପ୍ରଭାରି ତଥା ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସମେତ ବହୁ କର୍ମି ନେତା ଉପସ୍ଥିତ ଥିଲେ ।

Advertisement