ପାରଳାଖେମୁଣ୍ଡି,୧୦/୦୨/୨୧(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆନୁକୂଲ୍ୟରେ ଶିଶୁ ସଂପର୍କ ଯାତ୍ରା କାର୍ଯ୍ୟକ୍ରମ କାଶୀନଗର ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ବୈଷୟୀକ ସହାରଣ ନେଇ ଏହି ଉପଲକ୍ଷେ ପଞ୍ଚାୟତ ସମିତି ସଭାଗୃହରେ ଏକ ସମାବେଶର ଆୟୋଜନ କରାଯାଇଥିଲା l ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ଅଳକା ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ରାଉଳ, ହିରଣ୍ୟ କୁମାର ରାୟ, ଭାଗ୍ୟଲଷ୍ମୀ ନାୟକ, ନାଗେଶ୍ୱର ଚୌଧୁରୀ, ଜୟ ପ୍ରକାଶ ବାଡ଼ତ୍ୟା, ଏ. ଆପା ରାଓ, ରଙ୍କ ନିଧି ପାତ୍ର, ମଞ୍ଚାସୀନ ହୋଇ ନିର୍ଯ୍ୟାତିତା ମହିଳା ଏବଂ ବାଳିକା ମାନଙ୍କୁ ସୁବିଧା ଓ ସହଯୋଗ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ l ବଳତ୍କାର, ଅପହରଣ, ନିଖୋଜ, ପାରିବାରିକ ହିଂସା, ଏସିଡ ଆକ୍ରମଣ, ଜୈନ ଉତ୍ପିଡ଼ନ ଓ ଶୋଷଣ, ଶିଶୁ ଯୁବତୀ ଚାଲାଣ, ବାଲ୍ୟ ବିବାହ ସାଇବର କ୍ରାଇମ୍ , ଯୋଇତୁକ ନିର୍ଯ୍ୟାତନା ଓ ମୃତ୍ୟ ଏବଂ ଅନ୍ୟାନ ହିଂସାର କାରଣ ଓ ନିରାକରଣ ସମ୍ପର୍କରେ ବିପଦ ଆଲୋଚନା ହୋଇଥିଲା l ଆଗାମୀ 11 ତାରିଖରୁ ଶିଶୁ ନିର୍ଯାତନା, କନ୍ୟାଭ୍ରୁଣ ହତ୍ୟା, ଶିଶୁ କନ୍ୟା ହତ୍ୟା ଭଳି ଅପରାଧମୂଳକ କାର୍ଯ୍ୟ ଓ ମାନସିକତାର ଦୁରୀକରଣ ପାଇଁ ଏକ ସଚେତନ ରଥ ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମଞ୍ଚାସୀନ ଅତିଥିମାନେ ସୂଚନା ଦେଇଥିଲେ l କୋଭିଡ 19 ସଂକ୍ରମଣ ଯୋଗୁ ଗତ କିଛି ମାସ ଧରି ଶିଶୁ ମଙ୍ଗଳ ସମିତିର କାର୍ଯ୍ୟ ହୋଇ ପାରିନଥିବାରୁ ବର୍ତ୍ତମାନ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାରୁ ହେବ ବୋଲି ମତ ପ୍ରକାଶ ପାଇଥିଲା l ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ ଓ ତାର କ୍ରିୟାଶୀଲତା ଉପରେ ଗୁରୁତ୍ୱ ଦେଇ ଅତିଥିମାନେ କହିଥିଲେ ଯେ, ଗାଁ ର ଅଙ୍ଗ ହୋଇଥିବାରୁ ସିଡ଼ିପିଓଙ୍କ ଅଧୀନରେ ଥିବା ବିଭିନ୍ନ ଗ୍ରାମର ଶିଶୁ-କେନ୍ଦ୍ରୀୟ କେନ୍ଦ୍ର ଗୁଡିକର ନାମ ଅଙ୍ଗନବାଡ଼ି l ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନେ ଚାହିଁଲେ ସମାଜର ପରିବର୍ତ୍ତନ ଆଣି ପାରିବେ ବକ୍ତାମାନେ ମତ ପୋଷଣ କରିଥିଲେ l


















