ବ୍ରହ୍ମପୁର,୧୦/୦୨/୨୧(ସୁଦାମ ମହାରଣା) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପୁରୁଷୋତ୍ତମପୁର ଶାଖାର ଦ୍ବାଦଶ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଏନ୍ ଏଏସି ସ୍ଥିତ ହିନ୍ଦୀ ପ୍ରଚାର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣିବୈଦ୍ୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘ ର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ୭୦ବର୍ଷରେ ଅତିରିକ୍ତ ପେନସନ ସୁବିଧା, ସ୍ବାସ୍ଥ୍ୟ ଭତ୍ତା ,ଯାତାୟତ ରେ ସୁବିଧା ଆଦି ସେବା ପ୍ରଦାନ କରିବା ପାଇଁ ବିଧାୟିକା ଙ୍କ ମାଧ୍ୟମରେ ସରକାରଙ୍କୁ ଜଣାଇବା ପାଇଁ ନିବେଦନ କରିଥିଲେ । ଆସ୍କା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ମିଶ୍ର,ପୁରୁଷୋତ୍ତମପୁରବ୍ଲକ ସଭାପତି ରଘୁନାଥ ସାହୁ,ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥପ୍ରମୁଖ ମଞ୍ଚାସିନ ଥିଲେ । ଶତାଧିକ କର୍ମଚାରୀ ଉପସ୍ଥିତ ରହି ନିଜର ସମାସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ନରସିଂହ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏ ରାଜଗୋପାଳ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।



















