Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଗୃହନିର୍ମାଣ ଓ ନଗରାଞ୍ଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ : ଓଡ଼ିଶାରେ ମେଟ୍ରୋ ରେଳ ନେଟ୍‌ଓ୍ଵାର୍କ...

ଗୃହନିର୍ମାଣ ଓ ନଗରାଞ୍ଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ : ଓଡ଼ିଶାରେ ମେଟ୍ରୋ ରେଳ ନେଟ୍‌ଓ୍ଵାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ମିଳିନାହିଁ ?

202
ADVERTISEMENT

ଓଡ଼ିଶାରେ ମେଟ୍ରୋ ରେଳ ନେର୍ଟଓ୍ଵାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମଳିନାହିଁ ବୋଲି ଆଜି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ଓଡ଼ିଶାରେ ମେଟ୍ରୋ ରେଲ୍‌ ନେଟ୍‌ଓ୍ଵାର୍କ ନିମନ୍ତେ କୌଣସି ଯୋଜାନ ଅଛି କି, ଏବଂ ଯଦି ଅଛି ତାହା କେବେ ଆରମ୍ଭ ହେବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂହ ପୁରୀ କହିଲେ, ନଗରାଞ୍ଚଳ ବିକାଶର ସମନ୍ଵିତ ଅଂଶ ନଗରାଞ୍ଚଳ ପରିବହନ ହେଉଛି ରାଜ୍ୟର ବ୍ୟାପାର। ସୁତରାଂ, ଏହାର ଆରମ୍ଭ, ବିକାଶ ଏବଂ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱ। ପରିବର୍ଦ୍ଧିତ ନୀତି ଆଧାରରେ, ପ୍ରସ୍ତାବର ଉପଯୋଗିତା ଏବଂ ମିଳୁଥିବା ସମ୍ବଳକୁ ଆଧାର କରି କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧକୁ ଚାହିଁ ସହର ଏବଂ ସହରାଞ୍ଚଳରେ ମେଟ୍ରୋ ରେଳ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଥାଏ। କିନ୍ତୁ, ଓଡ଼ିଶା ସରକାରଙ୍କ ଠାରୁ ଏ ପର୍ଯ୍ୟନ୍ତ ସେଭଳି କୌଣସି ପ୍ରସ୍ତାବ ଆସିନାହିଁ ବୋଲି ସେ କହିଛନ୍ତି।

Advertisement