Thursday, November 5, 2026
ADVERTISEMENT
Home ଆଞ୍ଚଳିକ କବି ନଟବର ସିଂହ ସାହିତ୍ୟ ସଂସଦର ପଞ୍ଚମ ସାହିତ୍ୟ ଆସର

କବି ନଟବର ସିଂହ ସାହିତ୍ୟ ସଂସଦର ପଞ୍ଚମ ସାହିତ୍ୟ ଆସର

223
ADVERTISEMENT

ବ୍ରହ୍ମପୁର,୦୯/୦୨/୨୧(ଋଷିକେଶ ବେହେରା ) : ଗତ ୭ତାରିଖ ଦିନ ଅପରାହ୍ନ ବେଳେ ବ୍ରହ୍ମପୁରସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ କବି ନଟବର ସିଂହ ସାହିତ୍ୟ ସଂସଦର ପଞ୍ଚମ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସଭାର ପ୍ରତିଷ୍ଠାତା ବରିଷ୍ଠ ଆଇନଜୀବୀ ଡା: ପ୍ରଦୀପ୍ତ ଚନ୍ଦ୍ର ସିଂହ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଦିବାକର ନାୟକ ,ସମ୍ମାନିତ ଅତିଥି ଭାବେ ଡକ୍ଟର ହରିକୃଷ୍ନ ନାୟକ, ଡକ୍ଟର ବିମଳ ପ୍ରସାଦ ପଟ୍ଟନାୟକ,କାଳନ୍ଦୀ ଚରଣ ନାୟକ ,ବେଙ୍କେଟ ବିହାରୀ ପ୍ରହରାଜ,ପଣ୍ଡିତ ରଘୁନାଥ ପାଢିଶର୍ମା, କବି ମିହିର ତ୍ରିପାଠୀ, ଯୋଗ ଦେଇ ନିଜ ନିଜ ଅଭିଭାଷଣ ରଖିଥିଲେ କବି ଭାସ୍କର ରାଉତଙ୍କ ଲିଖିତ କବିତା ସଙ୍କଳନ “କଳାନାଗର” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । କବି ଚିନ୍ମୟ ରଞ୍ଜନ ମିଶ୍ର ଏବଂ କବି ଜିତେନ୍ଦ୍ର କୁମାର ଗନ୍ତାୟତଙ୍କୁ ପ୍ରତିଷ୍ଠାତା ପଦ ଏବଂ ଗୋପନୀୟତା ର ଶପଥ ପାଠ କରାଇଥିଲେ କରାଇଥିଲେ । ଏହାପରେ କବିତା ପାଠୋତ୍ସବ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର ଏବଂ କବି ବନ୍ଦନା ମିଶ୍ର କବିତା ଗୁଡିକର ସଂଯୋଜନା କରିଥିଲେ ,ଏହି ସଭାରେ କବି ପ୍ରକାଶ ଚନ୍ଦ୍ର ମହାପାତ୍ର, ସତ୍ୟମ୍ ଆଚାରୀ,ମେନେକା ମିଶ୍ର, ରତ୍ନାକର ସିୟ,ସୁଧିର ପଣ୍ଡା, କପିଳ ଚନ୍ଦ୍ର ମହାନ୍ତି, କାଳନ୍ଦୀ ନାୟକ, ଭାସ୍କର ରାଉତ, ପ୍ରମିତା ପଣ୍ଡା, ସୂଚେତା ପାଣିଗ୍ରାହୀ, ସଂଯୁକ୍ତ ଦାସ,ମନୋଜ ପଟ୍ଟନାୟକ, ତିରୁମୂଲା ଆଚାର,ପ୍ରଶାନ୍ତ ଆଚାରୀ,ସମେତ ପାପରୁ ଉର୍ଦ୍ଧ କବି ଯୋଗ ଦେଇ ସ୍ବ ରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଜିତେନ୍ଦ୍ର କୁମାର ଗନ୍ତାୟତ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଅନୁଷ୍ଠାନର ଉପ ସଭାପତି କବି ସୁଧିର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement