Friday, November 6, 2026
ADVERTISEMENT
Home ଆଞ୍ଚଳିକ ତାରାତାରିଣୀ ସାହିତ୍ୟ ସଂସଦର ପଞ୍ଚମ ସାହିତ୍ୟ ସଭା ଏବଂ ଆଲୋଚନା ଚକ୍ର

ତାରାତାରିଣୀ ସାହିତ୍ୟ ସଂସଦର ପଞ୍ଚମ ସାହିତ୍ୟ ସଭା ଏବଂ ଆଲୋଚନା ଚକ୍ର

212
ADVERTISEMENT

ବ୍ରହ୍ମପୁର,୦୯/୦୨/୨୧(ଋଷିକେଶ ବେହେରା) : ଗତ କାଲି ତା 7.2.21ରିଖ ଦିନ 10 ଘଣ୍ଟା ବେଳେ ତାରାତାରିଣି ସାହିତ୍ୟ ସଂସଦର ପଞ୍ଚମ ମାସିକ ସାହିତ୍ୟ ସଭା ଏବଂ ଆଲୋଚନା ଚକ୍ର ବ୍ରହ୍ମପୁରସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେରେ ଶରତ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇସାରିଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡା:ପ୍ରଦୀପ୍ତ ଚନ୍ଦ୍ର ସିଂହ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଡକ୍ଟର ହରିକୃଷ୍ନ ନାୟକ, ସମ୍ମାନିତ ଅତିଥି ଭାବେ ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଏବଂ ମୁଖ୍ୟ ଆଲୋଚକ ଭାବେ ଧରାକୋଟ ଆଦର୍ଶ ବିଦ୍ୟାଳୟର ଉପାଧ୍ୟକ୍ଷ ଡକ୍ଟର ବିମଳ ପ୍ରସାଦ ପଟ୍ଟନାୟକ ଯୋଗ ଦେଇ 1980 ପରବର୍ତ୍ତୀ ଓଡିଆ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କବି ଭାସ୍କର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଅତିଥି ରୂପେ କବି ବେଙ୍କେଟ ବିହାରୀ ପ୍ରହରାଜ ଏବଂ କବି ରଘୁନାଥ ପାଢିଶର୍ମା ଏବଂ କବି କାଳନ୍ଦୀ ଚରଣ ନାୟକ ଯୋଗଦେଇ ଥିଲେ । କବି ବନ୍ଦନା ମିଶ୍ର କବିତା ଗୁଡିକ ର ସଂଯୋଜନା କରିଥିଲେ । ଏହି ଆସରରେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସତ୍ୟମ୍ ଆଚାରୀ, ପ୍ରକାଶ ଚନ୍ଦ୍ର ମହାପାତ୍ର ,ଅଳକା ମିଶ୍ର, ଆଦିତ୍ଯ ପାଢୀ,ସଂଯୁକ୍ତା ଦାଶ,ଜିତେନ୍ଦ୍ର କୁମାର ଗନ୍ତାୟତ, ଚିନ୍ମୟ ରଞ୍ଜନ ମିଶ୍ର ,ରତ୍ନାକର ସିୟ,ଡ:ଦିବାକର ନାୟକ ସମେତ ଚାଳିଶି ଜଣ ସାହିତ୍ୟିକ ଉପସ୍ଥିତ ରହି ନିଜ ନିଜର କବିତା ପାଠ କରିଥିଲେ ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ।

Advertisement