କୋଦଳା,୦୯/୦୨/୨୧(ସୂର୍ଯ୍ୟନାରାୟଣ ବଡୁ) : ସୋମବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନଏସି ଗସ୍ତ କରି ୱାର୍ଡ ନଂ 8,12 ଓ 13 ରେ ଲୋକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବ୍ୟକ୍ତିଗତ ଓ ଗ୍ରାମର ବିଭିନ୍ନ ସମସ୍ୟା, ନିର୍ମାଣଧୀନ ଉନ୍ନୟନ କାର୍ଯ୍ୟ ଗୁଡିକୁ ଶୀଘ୍ର ଶେଷ କରିବା ପାଇଁ କହିଥିବା ବେଳେ ଗ୍ରାମବାସୀଙ୍କ ନୂତନ ପ୍ରସ୍ତାବିତ କାର୍ଯ୍ୟ ଗୁଡିକୁ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦିବା 11ଘଣ୍ଟ ସମୟ ରେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ବାହାରି ୱାର୍ଡ ନଂ 12 ନୁଆଁସାହି ଠାରେ ପହଞ୍ଚିଥିଲେ ସେଠାରୁ ସହିବାସିନ୍ଦା ଥଳ ମୃଦଙ୍ଗ ବଜାଇ ପାଛୋଟି ନେଇ ନିଜ ନିଜର ସମସ୍ୟା ସହିତ ସାହିର ଡ୍ରେନେଜ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଭାଇଗାସାହି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲୋକମାନଙ୍କ ସହିତ ଆଲୋଚନା କରି ଆସିକା ଭୁବନେଶ୍ୱର ପୂର୍ତ୍ତବିଭାଗ ରାସ୍ତା ଠାରୁ କୋଦଳା କୋର୍ଟ କୁ ସଂଲଗ୍ନ କରୁଥିବା ରାସ୍ତା କିଛି ବ୍ୟକ୍ତିଗତ ଜମି ମାଲିକଙ୍କ ଜମି ଥିବା ଯୋଗୁ ହୋଇ ପାରୁ ନ ଥିବାରୁ ଜମି ମାଲିକ ମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟ ଶେଷ କରିବା ପାଇଁ କହିଥିଲେ । ସେଠାରୁ ବାହାରି ୱାର୍ଡ ନଂ 13 ଗୌରାଦେଇପୁର ପହଞ୍ଚିଥିଲେ । ସେଠାର ଗ୍ରାମବାସୀ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ଗ୍ରାମ ପରିକ୍ରମା କରାଇ ସେମାନଙ୍କ ସମସ୍ୟା ଗୁଡିକୁ କହିଥିଲେ । କାର୍ଯ୍ୟରତ ଉନ୍ନୟନ କାର୍ଯ୍ୟ ଗୁଡିକୁ ଦେଖିବା ସହିତ ଗ୍ରାମବାସୀଙ୍କ ପ୍ରସ୍ତାବିତ କାର୍ଯ୍ୟ ଗୁଡିକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ୱାର୍ଡ ନଂ 8 ଇନାମ ବେଲପଡା ଅଭିମୁଖେ ବାହାରିଥିଲେ । ବେଲପଡା ଗ୍ରାମବାସୀ ମହିଳାସଙ୍ଘ ସଦସ୍ୟ ସମେତ ଯୁବଗୋଷ୍ଠୀ ଗ୍ରାମ ଆରମ୍ଭରୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଇ ଗ୍ରାମ ଠାକୁରାଣୀ ମନ୍ଦିରର ନୂତନ ରାସ୍ତା ଦେଖାଇବା ସହିତ ମନ୍ଦିରର ମଣ୍ଡପ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଧାୟିକା ନିର୍ମାଣଧୀନ ସମସ୍ତ ଉନ୍ନୟନ କାର୍ଯ୍ୟ ବୁଲି ତଦାରଖ କରିବା ସହିତ ପ୍ରସ୍ତାବିତ କାର୍ଯ୍ୟ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରି ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନଗର ସଭାପତି ସଂଜୀବ କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।


















