Friday, November 6, 2026
ADVERTISEMENT
Home ଆଞ୍ଚଳିକ ସରପଞ୍ଚ ପୁଅଙ୍କ ମନମୁଖୀ ଶାସନ: ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତବାସି

ସରପଞ୍ଚ ପୁଅଙ୍କ ମନମୁଖୀ ଶାସନ: ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତବାସି

299
ADVERTISEMENT

ବ୍ରହ୍ମପୁର,୦୯/୦୨/୨୧(ସୁଦାମ ମହାରଣା) : ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ସମାଧାନ ନକରି ଓ ପ୍ରକୃତ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରୁ ବାଦଦେବା ପ୍ରତିବାଦରେ ଖଲ୍ଲିକୋଟ ବ୍ଲକର ବିଏନପୁର ପଞ୍ଚାୟତ ବାସି ସୋମବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଞ୍ଚାୟତବାସୀଙ୍କ ଅଭିଯୋଗ, ସରପଞ୍ଚଙ୍କ ପୁଅ ଯଜ୍ଞ ନାରାୟଣ ଦାଶ ବିଜେପି ପାଇଁ କାମକରୁଥିବା ବେଳେ ବିଜେଡି ଲୋକଙ୍କ ପାଇଁ କାମ କରୁନାହାନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି ।
ପ୍ରକୃତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନା,ଗୃହ ଯୋଜନା, ଆଦର୍ଶ ଗାଈଗୁହାଳ ଯୋଜନା,ରେସନକାର୍ଡରୁ ବଞ୍ଚିତ କରୁଥିବା ଅଭିଯୋଗ କରିଛନ୍ତି । ନିୟମିତ ଭାବରେ ରେସନସାମଗ୍ରୀ ପ୍ରଦାନ କରାଯାଉନାହିଁ । ବେଢ ସାନମାଧପୁର ଗ୍ରାମର ବିଷ୍ଣୁ ପ୍ରିୟା ପ୍ରଧାନ(୨୦ ),ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସିଆର୍ ପି ଭାବେ ଦୀର୍ଘ ତିନି ବର୍ଷ ହେଲା କାର୍ଯ୍ୟ କରୁଆସୁଥିବା ବେଳେ ଦେଢ ବର୍ଷ ର ଦରମା ବନ୍ଦ କରାଯାଇଛି । ବିଷ୍ଣୁ ଦରମା କରିବା ପାଇଁ ସରପଞ୍ଚ ପୁଅ କହିବାରୁ ତାଙ୍କୁ ଅସଦ୍ ବ୍ୟବହାର କରିଥିବା ନେଇ ପୁରୁଷୋତ୍ତମପୁର ଥାନା, ଛତ୍ରପୁର ଆରକ୍ଷୀ ଅଧିକାରୀ ନିକଟରେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମସ୍ୟା ର ସମାଧାନ ,ବିଷ୍ଣୁ ଙ୍କୁ ଦରମା ସହ ନ୍ୟାୟ ପ୍ରଦାନ କରିବା ପାଇଁ ବାରମ୍ବାର ଜିଲ୍ଲାପାଳ ଓ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା ଯାହା ଫଳରେ କି ପଞ୍ଚାୟତ କାର୍ଯ୍ୟାଳୟ ତାଲାପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କିଛି ସମାଧାନ ହୋଇନଥିଲା ।

Advertisement