Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲିଆରୀ/ନିଆରୀ/ଚୁଡୁତିଆ ସମାଜ ପୂର୍ବଖଣ୍ଡ ତାଲୁକାର ବାର୍ଷିକ ଉତ୍ସବ ଓ ନୂତନ କମିଟି ଚୟନ

ଲିଆରୀ/ନିଆରୀ/ଚୁଡୁତିଆ ସମାଜ ପୂର୍ବଖଣ୍ଡ ତାଲୁକାର ବାର୍ଷିକ ଉତ୍ସବ ଓ ନୂତନ କମିଟି ଚୟନ

197
ADVERTISEMENT

ବ୍ରହ୍ମପୁର,୦୯/୦୨/୨୧(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ମା ତାରାତାରିଣୀ ପୀଠ କୈବତ୍ତ କୋଠ ଘର ଠାରେ ଲିଆରୀ/ନିଆରୀ/ଚୁଡ଼ିତିଆ ସମାଜ ପୂର୍ବଖଣ୍ଡ ତଲୁକାର ସାଧାରଣ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବଖଣ୍ଡ ତାଲୁକା ସଭାପତି ଭାସ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର କେନ୍ଦ୍ରୀୟ ସଭାପତି ପ୍ରଫୁଲ୍ଲ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ କେନ୍ଦ୍ରୀୟ ଉପସଭାପତି ତଥା ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରା, ସମ୍ପାଦକ ସୁରେଶ ବେହେରା, ଉପଦେଷ୍ଟା ପ୍ରକାଶ ବେହେରା, ଉପଦେଷ୍ଟା ପ୍ରଦୀପ ବେହେରା, ସଦସ୍ୟ ସୁଶାନ୍ତ କୁମାର ବେହେରା । ଵ୍ରହ୍ମପୁର ତାଲୁକା ସମ୍ପାଦକ ବାବୁଲି ବେହେରା, ଘୁମୁସର ସଭାପତି କୃଷ୍ଣ ଚନ୍ଦ୍ର ବେହେରା । ହୁର୍ଡଙ୍ଗ ସଭାପତି ଭାଗିରଥି ବେହେରା, ବଡ଼ଖଣ୍ଡି ସଭାପତି ଦଣ୍ଡାସି ବେହେରା, କେନ୍ଦ୍ର ସଦସ୍ୟ ହରିହର ବେହେରା, ଦୁର୍ଯ୍ୟଧନ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ମଞ୍ଚର ଶୋଭାବର୍ଦ୍ଧନ କରିଥିଲେ । ସମାଜର ସମସ୍ତ ପରିବାର ବର୍ଗଙ୍କୁ ଆନ୍ତରିକତା, ଆତ୍ମବିଶ୍ୱାସ ଓ ଆଚରଣରେ ପରିବର୍ତ୍ତନ କରି ସମାଜ ଗଠନରେ ସହାୟକ ହେବା ସହ ସମାଜର ଉନ୍ନତି ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ବଢିଚାଲିବ ପାଇଁ ଆଲୋକପାତ କରିଥିଲେ । ମାଙ୍କ ପୀଠରେ ଚାଲିଥିବା କୋଠଘର ବୁଲି ଦେଖି ସମାଜର ଉତ୍ତର ଉତ୍ତର ଉନ୍ନତି କାମନା ଜାଣିଥିଲେ । ଏଥିସହ ତାଲୁକାର ବାର୍ଷିକ ବିବରଣୀ ପଠନ କରାଯାଇ ଆୟ ବ୍ୟୟ ର ସମୀକ୍ଷା ପରେ ନୂତନ କମିଟି ଚୟନ କରାଯାଇଥିଲା । ନୂତନ ଭାବେ ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ବେହେରା ସଭାପତି ଭାବେ ଚୟନ ହୋଇଥିବା ବେଳେ ଜଗନ୍ନାଥ ବେହେରା ଉପସଭାପତି, କାର୍ଯ୍ୟରତ ଶିକ୍ଷକ ଶଙ୍କର ବେହେରା ସମ୍ପାଦକ, ସନାତନ ବେହେରା ସହ ସମ୍ପାଦକ, ପଦ୍ମଚରଣ ବେହେରା କୋଷଧକ୍ଷ ଭାବେ ଚୟନ ହୋଇଥିଲେ, ପାଞ୍ଚ ଜଣିଆ ଉପଦେଷ୍ଟା ଭାବେ ଭାସ୍କର ବେହେରା, ରାମହାରି ବେହେରା, ମହନ୍ତ ବେହେରା, ଜ୍ଞାନରଞ୍ଜନ ବେହେରା ଓ ରାଧା ବେହେରା ଙ୍କୁ ଚୟନ କରିଥିଲେ । କେନ୍ଦ୍ରୀୟ କମିଟିର ଉପସ୍ଥିତିରେ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଚୟନ ବ୍ୟକ୍ତିଙ୍କୁ ଘୋଷଣା କରିଥିଲେ ।

Advertisement