Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଓଡିଶା ଲେୟର ଫାର୍ମସ୍ ଆସୋସିଏସନର ବୈଠକ

ଓଡିଶା ଲେୟର ଫାର୍ମସ୍ ଆସୋସିଏସନର ବୈଠକ

188
ADVERTISEMENT

ବ୍ରହ୍ମପୁର,୦୮/୦୨/୨୧(ସୁଦାମ ମହାରଣା) :ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ତରାତାରିଣୀ ମନ୍ଦିର ନିକଟ ହୋଟେଲ ନିରୁପମାଠାରେ ଓଡିଶା ଲେୟର ଫାର୍ମର୍ସ ଆସୋସିଏସନ ପକ୍ଷରୁ ଏକ ଆଂଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଲେୟର ଫାର୍ମର୍ସ ଆସୋସିଏସନ ସୌଜନ୍ୟତା ରେ ଆୟୋଜିତ ବୈଠକରେ ରାଜ୍ୟ ଲେୟରଫାର୍ମସ୍ ଆସୋସିଏସନ ଚେୟାରମ୍ୟାନ ମାନସ ମଙ୍ଗରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ରାଜ୍ୟରେ ବ୍ରଏଲର କୁକୁଡା ଚାଷୀଙ୍କ ବିଭିନ୍ନ ସମସ୍ୟା ପଚାରିବୁଝିବା ସହ ଆଗାମୀ ଦିନରେ କିଭଳି ଚାଷୀମାନେ ସ୍ବରୋଜଗାରକ୍ଷମ ହେବା ସାଂଗକୁ କୁକୁଡା ଚାଷରୁ କିପରି ଚାଷୀ ଲାଭବାନ୍ ସେ ବିଷୟରେ ବୈଠକରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ବ୍ରଏଲର ଚାଷରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ସର୍ବସମ୍ମତ୍ତି କ୍ରମେ ମତ ପ୍ରକାଶ ପାଇଥିଲା । ତେବେ ବ୍ରଏଲର ଚାଷକୁ ପ୍ରତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ । ବୈଠକରେ ଯୋଗଦେବା ପରେ ଦକ୍ଷିଣ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମାଁ ତରାତାରିଣୀଙ୍କ ଦର୍ଶନ କରିବା ସାଂଗକୁ ପୁଜାର୍ଚନା କରି ମାଁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଶ୍ରୀ ମଙ୍ଗରାଜ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ବୁଲେଆ ଚୌଧୁରୀ,ବ୍ରହ୍ମପୁର ଆସୋସିଏସନର ସଭାପତି ସୁଭେନ୍ଦୁ କୁମାର ସାହୁ,ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ ପାତ୍ର, ଉପସଭାପତି ଦେବଦତ ବିଶ୍ବାଳ ,ତପନ କୁମାର ପାତ୍ର, ଶିବ ଶଙ୍କର ସାହୁ ସମେତ ଶତାଧିକ ଫାର୍ମସ୍ ଉପସ୍ଥିତ ଥିଲେ ।

Advertisement