Friday, November 6, 2026
ADVERTISEMENT
Home ଆଞ୍ଚଳିକ ଚୁକ୍ତି ଏକ: ଦରମା ଦୁଇ, ଅଭିଯୋଗ କଲା ଏଏଫଆଇବି

ଚୁକ୍ତି ଏକ: ଦରମା ଦୁଇ, ଅଭିଯୋଗ କଲା ଏଏଫଆଇବି

216
ADVERTISEMENT

କୋଦଳା,୦୮/୦୨/୨୧(ସୂର୍ଯ୍ୟନାରାୟଣ ବଡୁ) : ଦୁଇଟି ବ୍ଲକ ର ଦୁଇଟି ସ୍କୁଲ ରେ ଚାକିରୀ କରି ଜଣେ ଶିକ୍ଷକ ସରକାରଙ୍କ ଦରମା ପାଉଥିବା ନେଇ ବର୍ତ୍ତମାନ ଆଲୋଚନାର ବିଷୟ ହୋଇଛି । ଗଞ୍ଜାମ ଜିଲ୍ଲାରେ ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ସଂପର୍କରେ ବିଭିନ୍ନ ସମୟରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଅଭିଯୋଗ କରିଥିଲେ ମଧ୍ୟ ସଂପୂର୍ଣ୍ଣ ତଦନ୍ତ ହୋଇ ପାରିନାହିଁ । ବର୍ତ୍ତମାନ ଆଉ ଗୋଟିଏ ସୂଚନା ତଥ୍ୟରୁ ଜଣା ପଡିଛି ଜନୈକ ଶିକ୍ଷକ ଦୁଇଟି ବିଦ୍ୟାଳୟ ଚାକିରୀ କରି ଦୁଇଟି ଦରମା ପାଇଛନ୍ତି । କିନ୍ତୁ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ତଥ୍ୟ ନାହିଁ । ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଚିଠି ନଂ 16/AIFB/GM/2020, ତା-୦୩/୦୨/୨୦୨୦ ରେ ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସଂପର୍କରେ ତଦନ୍ତ ପାଇଁ ଦିଆଯାଇଥିବା ତାଲିକାରେ କାଳି ଚରଣ ଶତପଥୀ, କବିସୂର୍ଯ୍ଯ ବିଦ୍ଯାପୀଠ, କବିସୂର୍ଯ୍ଯ ନଗର, ନାମ ଉଲ୍ଲେଖ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ହୋଇପାରିଲା ନାହିଁ । ସୂଚନା ତଥ୍ୟରୁ ଜଣା ପଡିଲା କାଳି ଚରଣ ଶତପଥୀ ଦୀର୍ଘ ଦିନ ଧରି ଦୁଇଟି ବିଦ୍ୟାଳୟରେ ଚାକିରୀ କରି ଦରମା ଉଠାଇ ନେଇଥିଲେ ମଧ୍ୟ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଜାଣି ପାରିଲେ ନାହିଁ । କାଳି ଚରଣ ଶତପଥୀ ତା- ୨୬/୦୭/୨୦୦୨ ଠାରୁ ଅଦ୍ୟାବଧି କବିସୂର୍ଯ୍ଯ ବିଦ୍ଯାପୀଠରେ ଚାକିରୀ ପାଇ ଶିକ୍ଷକତା କରୁଛନ୍ତି । ସେହିଭଳି ସେହି କାଳି ଚରଣ ଶତପଥୀ ପିୟୁପିଏସ ଚନ୍ଦନପୁର,ବେଗୁନିଆପଡା ବ୍ଲକ୍ ରେ ଶିକ୍ଷକ ଭାବରେ ତା- ୧୩/୧୨/୨୦୦୬ ଠାରୁ ତା- ୩୦/୦୪/୨୦୧୧ ପର୍ଯ୍ୟନ୍ତ ଚାକିରୀ କରି ଦରମା ଉଠାଇଛନ୍ତି । ଦୁଇଟି ବ୍ଲକରେ ଏକା ସମୟରେ ଶିକ୍ଷାଦାନ କରିବା ସମ୍ଭବ ନୁହେଁ ବୋଲି ଏଆଇଏଫବି ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ସହଯୋଗ ଓ ଆର୍ଶୀବାଦ ବିନା ଜଣେ ଦୀର୍ଘ ଦିନ ଧରି ଦୁଇଟି ବିଦ୍ୟାଳୟରେ ଚାକିରୀ କରି ଦରମା ଉଠାଇବା ସମ୍ଭବ ନୁହେଁ । ଏହାକୁ ନେଇ ସେ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ମନ୍ତ୍ରୀ,ମୁଖ ଶାସନ ସଚିବ,ପ୍ରମୁଖ ସଚିବ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ରାଜ୍ୟ ପ୍ରକଳ୍ପ ସଂଯୋଜକ,ଓପେପା,5T ସଚିବ ଓ କ୍ରାଇମବ୍ରାଞ୍ଚଙ୍କୁ ଲିଖିତ ଅଭିଯୋଗ ପଠାଯାଇଛି । ବିଭାଗ ତରଫରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବା ରହିଛି !ଏହାକୁ ନେଇ ବେଗୁନିଆପଡା ଶିକ୍ଷ୍ୟାଅଧିକାରୀ କମଳାକାନ୍ତ ସାହୁ କହିଛନ୍ତି ଯେ 2011 ପର୍ଯ୍ୟନ୍ତ କାଳୀ ଚରଣ ଶତପଥୀ ଶିକ୍ଷ୍ୟା ସହାୟକ ଭାବେ ଚନ୍ଦନପୁର ବିଦ୍ୟାଳୟରେ କାର୍ଯ୍ୟକରୀ ଦରମା ପାଇଛନ୍ତି । ସେତେବେଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ଶିକ୍ଷ୍ୟା ବିଭାଗ କାର୍ଯ୍ୟ କରୁଥିଲେ , ମୁଁ ସେତେବେଳେ ନ ଥିଲି ଏଣୁ ଅଧିକ କିଛି ଜାଣିନାହିଁ ।

Advertisement